୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :- ମାର୍ଚ୍ଚ ପାଞ୍ଚ ତାରିଖ ହେଉଛି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ତିଥି । ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆଜି ଅପରାହ୍ନରେ କ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା । ଉକ୍ତ ଜନ୍ମତିଥି ସଭାରେ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀର ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଂଗଠିକା ସ୍ଵାଗତିକା ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଉପ ସଭାପତି ଗୋପୀନାଥ ମହାରଣା ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପ୍ରଭାସ ସୁନ୍ଦରାୟ , ବାଣପୁର ବ୍ଲକ ଯୁବ ସଭାପତି ରାକେଶ କୁମାର ସେଣ ସମସ୍ତ ସରପଞ୍ଚ ସମିତି ସଭ୍ୟା ଓ ସଭ୍ୟ, ସମସ୍ତ ମହିଳା ମା ମାନେ ଯୁବ ଓ ଛାତ୍ର , ବାଣପୁର ଏ ନେ ସି ଯୁବ ସଙ୍ଘଠକ ଦାଶରଥି ସାହୁ ଆଦି ଯୋଗ ଦେଇଥିଲେ । ମଞ୍ଚରେ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସମସ୍ତ ଅତିଥିଗଣ ବିଜୁ ବାବୁଙ୍କ ମହାନ ଗୁଣ ଓ ସେ କିପରି ଓଡିଶା ବାସୀଙ୍କୁ ଭଲ ପାଉଥିଲେ ତାହା ଉପସ୍ଥିତ ବିଜୁ ପ୍ରେମୀମାନଙ୍କୁ ବ୍ୟାଖ୍ୟା କରିଥିଲେ ।
ଅଭିମନ୍ୟୁ ସ୍ୱାଇଁ ଆଜି ବିଜୁବାବୁଙ୍କ ଡାକୋଡା ବିମାନକୁ ସ୍ଥାପନା କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ । ଅନୁରୂପ ଭାବେ ଗୋପୀନାଥ ମହାରଣା ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ ହେଉଛି ଦୁଇଟି ଶବ୍ଦ ଏବଂ ଜଣେ ବ୍ୟକ୍ତି ବିଶେଷର ନାମ ନ ଥିଲା । ଏହା ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ । ବିଜୁ ପଟ୍ଟନାୟକ ଥିଲେ ଓଡିଶା ବାହାରେ, ଓଡ଼ିଶାର, ଆଉ ଓଡ଼ିଆଙ୍କ ଆଉ ଏକ ପରିଚୟ ବୋଲି ସଭାକୁ ଅଭିହିତ କରିଥିଲେ । ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.