ସହିଦ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତୀରେ ପୁଷୟମାଲ୍ୟ ଅର୍ପଣ କରି ଫେରିଥିଲେ । ପରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଅପରାହ୍ନ ୪ ଘଟିକା ସମୟରେ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ଙ୍କ ମନ୍ଦିର ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିଙ୍ଗ ବୀର ବିଜୁ ବାବୁ ଙ୍କ ସ୍ମୃତିଚାରଣ କରି ବିଜୁ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ବିଜୁ ବାବୁଙ୍କ ଭଳି ସାହାସୀ ଆଉ ସ୍ୱାଭିମାନୀ ହୋଇ ମା ମାଟି ତଥା ଦେଶ ମାତୃକାର ସେବା କରିବାକୁ କହିଥିଲେ ।
ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଜୁ ବାବୁଙ୍କୁ ମରଣୋତର ଭାରତ ରତ୍ନ ଦେବାକୁ ଦାବି କରିଥିଲେ । ଏହି ଅବସରରେ ନବୀନ ଓଡିଶା ଗଠନ ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅଜୟ କୁମାର ସେଠୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାୟାଧର ପଣ୍ଡା , କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ସୁଧାକର ସାହୁ , କାଉନସିଲର ପପୁ କୁମାର ସାହୁ , ଉପାଧ୍ୟକ୍ଷା ମାନିନୀ ସାହୁ , କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା , କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ,
ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ତିଳୋତମା ଚୌଧୁରୀ , ରାଜ୍ୟ ମହିଳା ବିଜେଡି ସଂପାଦିକା ସଂଧ୍ୟାରାଣୀ ନାୟକ , ଜିଲ୍ଲା ଯୁବ ବିଜେଡି ସଂପାଦକ ସୁଶାନ୍ତ କୁମାର ପୃଷ୍ଟି , ,ଅମୂଲ୍ୟ ଦ୍ୱିବେଦୀ ,ରାକେଶ ଆଏଚ ,କାଉନସିଲର ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭୁବନ ନଗର ସଭାପତି ନରେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟାକ୍ରମରେ ବ୍ଲକ ଏବଂ ଏନଏସି ରୁ ପ୍ରାୟ ୩ ହଜାର ଦଳୀୟ କର୍ମୀ ଯୋଗଦେଇଥିଲେ
© 2023 Odisha Taza News.