ଡେପୁଟି କମାଡାଣ୍ଟ ଶ୍ରୀ ଶୁଖଦେବ ସିଂ ଗିଲ୍, ସହଯୋଗୀ କମାଣ୍ଡର ଶ୍ରୀ ନବୀନ ରଣା, ଏଏସ ଆଇ(ଭିଜିଲାନ୍ସ) ସଞ୍ଜୟ କୁମାର ସିଂ, ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ସରପଞ୍ଚ(ବାଲନ୍ଦାପଡା) ଶ୍ରୀ ନିରାକାର ନାୟକ, ୱର୍ଡମେମ୍ବର(ବଟିମୁଣ୍ଡା) ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ରେ ଉକ୍ତ ଗ୍ରାମର ପ୍ରାୟ ୪୬ ଜଣ (ପୁରୁଷ), ୭୬ ଜଣ(ସ୍ତ୍ରୀ) ଙ୍କ ମଧ୍ୟରେ ଶିବିର ତରଫରୁ ପୋଷାକ ପତ୍ର, ବାସନ ସାମଗ୍ରୀ ଏବଂ ଖେଳ ସାମଗ୍ରୀ ଆଦି ବଣ୍ଟା ଯାଇଥିଲା। ସାଧାରଣ ନାଗରିକ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶାନ୍ତିର ଜୀବନ ଅତିବାହିତ କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ କରିବା ପାଇଁ ଏଭଳି ଶିବିରର ଆବଶ୍ୟକତା ରହିଛି ବୋଲି ଶିବିର ମୁଖ୍ୟ ମତବ୍ୟକ୍ତ କରିଛନ୍ତି।

© 2023 Odisha Taza News.