No Result
View All Result
୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ୧୦ଟି ଶାଳ କାଠ ସାଇଜ ନେଇ ଦାରିଙ୍ଗବାଡିରୁ ବ୍ରହ୍ମପୁରକୁ ଯାଉଥିବା ହରିହର ନାମକ ଘରୋଇ ବସକୁ ମୋହନା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଟକ ରଖି କାଠ ସହ ବସକୁ ଜବତ କରିଛି l ଜବତ ସାଇଜ କାଠ ଗୁଡିକ ଅଡବା ଥାନା ଅନ୍ତର୍ଗତ ତୋରାଣିପାଣି ଗ୍ରାମାଞ୍ଚଳରୁ ସଂଗୃହୀତ ହୋଇ
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଂସାମାରି ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଜବତ କାଠର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ମୋହନା ରେଞ୍ଜର କଳ୍ପନା ନାୟକ ସୂଚନା ଦେଇଛନ୍ତି lଏହି ଘଟଣାରେ କାଠ ବେପାରୀଙ୍କ ସମେତ ବସ କଣ୍ଡକ୍ଟରକୁ ଅଟକ ରଖିଛି ବନବିଭାଗ l
No Result
View All Result