No Result
View All Result
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡେଙ୍ଗାସ୍ଖାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରୋହିତ କୁମାର ପଲାଇ କହୁଛି। ‘ମୋ ସ୍କୁଲ ପିଲା ଭଲରେ ପଢ଼ିପାରୁନାହାନ୍ତି। ସ୍କୁଲରେ ବହୁତଗୁଡ଼ିଏ ସମସ୍ୟା ରହିଛି। ପ୍ରଥମ ସମସ୍ୟା ଏଠାରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ। ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସି ପାଠପଢ଼ିବାକୁ ଏଠାରେ ମାତ୍ର ୨ଟି ଟିଣ ଛପର ଶ୍ରେଣୀ ଗୃହ ରହିଛି। ତେଣୁ ପିଲାମାନେ ବସି ପାଠପଢ଼ିବାକୁ ହଇରାଣ ହେଉଛନ୍ତି। ବର୍ଷା ହେଲେ ପାଠପଢ଼ା ବନ୍ଦ ରହୁଛି। ଏଠାରେ ପାଣି ପିଇବା ପାଇଁ ନଳକୂଳ ବି ନାହିଁ। ସ୍କୁଲରେ ଖେଳ ପଡ଼ିଆ, ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ନାହିଁ।’ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ କିପରି ଅବହେଳା କରାଯାଉଛି ଓ ସରକାର ତଥା ସରକାରୀ ଅଧିକାରୀ କିପରି ଦାୟିତ୍ୱହୀନତା ଦେଖାଉଛନ୍ତି ତାହାର ପୋଲ ଖୋଲିଛନ୍ତି ଏହି ପ୍ରଧାନଶିକ୍ଷକ।
ପ୍ରଧାନଶିକ୍ଷକ ଶ୍ରୀ ପଲାଇ କହିଛନ୍ତି, ଏହି ଅଞ୍ଚଳରେ ଟେଲିଫୋନ୍ ଟାୱାର ନଥିବାରୁ ଫୋନ୍ ନେଟ୍ୱାର୍କ ଆସୁନି। ତେଣୁ ସ୍କୁଲର କୌଣସି କାମ ଇଣ୍ଟରନେଟ୍ ଦ୍ୱାରା କରିହେଉନି। ପିଲାମାନେ ମଧ୍ୟ ଇଣ୍ଟରନେଟ୍ ସୁବିଧା ନେଇପାରୁନାହାନ୍ତି। ଅଫିସ୍ ରୁମ୍ ନ ଥିବାରୁ ଅଫିସ୍ ଡକ୍ୟୁମେଣ୍ଟ ରଖିବାରେ ହିନସ୍ତା ହେବାକୁ ପଡ଼ୁଛି। ତେଣୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛୁ। ସବୁବେଳେ ଅଭାବ ଅସୁବିଧା ଭିତରେ ରହୁଛୁ। ଏନେଇ ଅନେକ ଥର ବିଇଓଙ୍କ ନିକଟରେ ଲିଖିତ ଜଣାଇଛି। ବିଇଓ ଓ ବିଡିଓ ଆସି ସ୍ଥିତି ଯାଞ୍ଚ କରିଛନ୍ତି। ହେଲେ ସମସ୍ୟାର ସମାଧାନ କରାଯାଉନି। ପିଲାମାନଙ୍କ ପାଠପଢ଼ିବା ନିମନ୍ତେ ଆବଶ୍ୟକ ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉନି। ଏହି ସ୍କୁଲ ପିଲାମାନଙ୍କ ପାଇଁ ଯେଉଁ ନୂତନ କୋଠା କରାଯାଉଛି, ତାହାର କାମ ଅଟକାଇ ରଖାଯାଇଥିବାରୁ ତାହା ମଧ୍ୟ ହସ୍ତାନ୍ତର କରାଯାଉନି। ଫଳରେ ପିଲାମାନେ ପାଠପଢ଼ିବା ନିମନ୍ତେ ଏକ ଉନ୍ନତ ଭିତ୍ତିଭୂମି ପାଇପାରୁନାହାନ୍ତି ବୋଲି ଶ୍ରୀ ପଲାଇ କହିଛନ୍ତି।
ପ୍ରଧାନଶିକ୍ଷକ ରୋହିତ କୁମାର ପଲାଇ ୧୦ମ ଶ୍ରେଣୀ ଛାତ୍ର ଆମୋଷ ନାୟକ ଓ ୭ମ ଶ୍ରେଣୀ ଛାତ୍ରୀ ନେହା ନାୟକ କହିଛନ୍ତି, ବିଭିନ୍ନ ସ୍ଥାନରେ ସରକାର ପିଲାଙ୍କ ଭଲ ପାଠପଢା ପାଇଁ ସ୍କୁଲର ରୂପାନ୍ତରିକରଣ କରୁଛନ୍ତି। କିନ୍ତୁ ଆମେ ବାରଣ୍ଡାରେ ବସି ପାଠ ପଢୁଛୁ। ଏହା ଦଣ୍ଡଦେଲା ଭଳି ଲାଗୁଛି। ଆମ ସ୍କୁଲ ଘରେ ପାଣି ଗଳୁଛି। ଆମେ ହଇରାଣ ହେଉଛୁ। ଠିକ୍ ଭାବେ ପାଠ ପଢ଼ିପାରୁନୁ। ସରକାର ଆମ ସ୍କୁଲ ପ୍ରତି ଧ୍ୟାନ ଦେଇ ଭଲ ସ୍କୁଲ ଘର ଯୋଗାଇ ଦିଅନ୍ତୁ। ଫଳରେ ଆମେ ବସି ପଢ଼ି ପାରିବୁ। ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ସରକାରଙ୍କ ରୂପାନ୍ତରିକରଣ କେତେ ପ୍ରଭାବଶାଳୀ ତାହା ଏଠାରେ ଜଳଜଳ ଦିଶୁଛି। ଯାହା ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ପଲିଥିନ୍ ପକାଇ ବସି ପାଠପଢ଼ୁଛନ୍ତି। ବର୍ଷା ଦିନେ ଏଠାରେ ଥିବା ଶ୍ରେଣୀଗୃହରେ ପାଣି ଗଳୁଛି। ତେଣୁ ବାରଣ୍ଡାରେ ବସି ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥା କିପରି ହେଉଥିବ ତାହା ସହଜରେ ଅନୁମେୟ। ପ୍ରଶାସନିକ ଅବହେଳା ନିମନ୍ତେ ପିଲାମାନଙ୍କ ପାଠପଢ଼ା ଅଧିକାଂଶ ସମୟ ବନ୍ଦ ରହୁଛି। ଶ୍ରେଣୀ ଗୃହ ନ ଥିବାରୁ ୮ମରୁ ୧୦ମ ପର୍ଯ୍ୟନ୍ତ ତିନୋଟି ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡରେ ବସି ପାଠ ପଢ଼ୁଛନ୍ତି। ଅବଶିଷ୍ଟ ୧ମରୁ ୭ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯେନତେନ ଏଠାରେ ଥିବା ଭଙ୍ଗାଦଦରା ଦୁଇଟି ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି। ଏଠାରେ ମୋଟ ୧୦୭ ଜଣ ପିଲା ପାଠପଢ଼ୁଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି
ପିଲାଙ୍କ ଶ୍ରେଣୀ ଗୃହ ଆବଶ୍ୟକତା ଦୃଷ୍ଟିରେ ରଖି ଗତ ୨୦୧୩ ମସିହାରେ ଡେଙ୍ଗାସ୍ଖାଲ ଗାଁ ନିକଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ବିନିମୟରେ ଏକ ନୂତନ ସ୍କୁଲ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା । ହେଲେ ତାଜୁବ୍ର ବିଷୟ ଏହା ଭିତରେ ୧୦ ବର୍ଷ ବିତିଛି। ହେଲେ ନା ସ୍କୁଲ ଘର ନିର୍ମାଣ କାମ ସରୁଛି, ନା ଏହି ନୂତନ ବିଦ୍ୟାଳୟ କୋଠା ହସ୍ତାନ୍ତର ହେଉଛି। ସେପଟେ ନିମ୍ନମାନର କାମ ଯୋଗୁ ଏହି ନୂତନ ସ୍କୁଲ କୋଠାର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ଛାତରୁ ପାଣି ଗଳୁଛି। ଏଠାକୁ ବିଦ୍ୟୁତ୍ ସଂଯୋଗ ଓ ପାଣି ବ୍ୟବସ୍ଥା ହୋଇପାରିନାହିଁ। ଏଠାକୁ ଯିବା ପାଇଁ ଭଲ ରାସ୍ତା ମଧ୍ୟ ହୋଇନାହିଁ । ଅର୍ଦ୍ଧନିର୍ମିତ ସ୍କୁଲ କୋଠା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି, ଏନେଇ ଅଭିଯୋଗ ମିଳିଛି । କାହିଁକି ଏ ଯାଏଁ ନୂଆ ସ୍କୁଲ କୋଠା ନିର୍ମାଣ କାମ ଶେଷ ହୋଇ ନାହିଁ ଓ ପିଲାମାନଙ୍କ ପାଠପଢ଼ାର ସୁବିଧା କିପରି କରାଯାଇପାରି ତାହା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି । ନୂତନ ସ୍କୁଲ କୋଠା କାମ ସରି ନ ଥିବା ନିରୀକ୍ଷକ କରୁଥିବା ଯନ୍ତ୍ରୀ ମଧ୍ୟ କହିଛନ୍ତି । ତେଣୁ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
No Result
View All Result