ଆଗାମୀ ଦିନରେ ଅଧିକରୁ ଅଧିକ ଖେଳାଳି ଯେପରି ରାୟଗଡ଼ା ମାଟିର ନା ରଖିବେ ଏବଂ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଓ ଜାତୀୟ ସ୍ତରରେ ପ୍ରଶଂସିତ ହେବେ ସେ ବିଷୟରେ ଆଲୋକପାତ କରିଥିଲେ। ସୂଚନା ଥାଉ କି ଯେ ଗତ ଚାରି ବର୍ଷ ତଳେ ହାଉସିଂ ବୋର୍ଡ଼ କଲୋନୀର ଦିଲିପ ସ୍ୱାଇଁ ନାମକ ଯୁବ ପ୍ରତିଭା ଆକସ୍ମିକ ଭାବେ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ, ସେହି ବର୍ଷ ଠାରୁ ତାଙ୍କ ସ୍ମୃତି ରେ ହଉସିଂ ବୋର୍ଡ ଡେଭଲପମେଣ୍ଟ କମିଟି ର ସଦସ୍ୟ ମାନେ ଏଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି।
କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ କଲୋନୀର ରାଜେଶ ପାଣିଗ୍ରାହୀ, ପ୍ରଭାତ ଦଳାଇ, ପ୍ରଭାତ ପାଣି, ରାକେଶ ପାଢ଼ୀ, ଆଲୋକ ବିଶୋୟୀ, ବିଶ୍ୱଜିତ ପରିଡ଼ା, ଅଜୟ ଯାଦବ, ସନ୍ତୋଷ ସାହୁ, ସନ୍ତୋଷ ମାଳି, ଅଭିଜିତ ଖଡିରତ୍ନ, ଆକାଶ ଋଷିକେଶ, ମୋନରଞ୍ଜନ ଗୌଡ, ରାଜ କୁମାର ନାୟକ, କିରଣ ବାରିକ, ପ୍ରେମ ରାଜ ନନ୍ଦ,ସୁଶିଲ ପ୍ରଧାନ, ଏବଂ ସୁରେଶ ସାହୁ ଦାୟୀତ୍ଵ ନେଇଛନ୍ତି। ଆସନ୍ତା ମାର୍ଚ୍ଚ ମାସ ୦୭ ତାରିଖ ରେ ଟୁର୍ଣ୍ଣାମେଣ୍ଟ ର ଅନ୍ତିମ ମ୍ୟାଚ ଖେଳାଯିବ ତା ସହିତ ବିଜେତା ଟିମ୍ କୁ କପ୍ ଓ ୨୦ ହଜାର ଟଙ୍କା ଏବଂ ଉପ ବିଜେତା ଟିମ୍ କୁ କପ୍ ଏବଂ ୧୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ଦିଆଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।
© 2023 Odisha Taza News.