ଆଗାମୀ ବର୍ଷଗୁଡ଼ିକରେ କୃଷକ ମାନେ ନିଜର ଆୟକୁ ବହୁଗୁଣିତ କରିବା ଏବଂ ସମାଜରେ ନିରନ୍ତର ଅଭିବୃ୍ଧି ଲାଗି ଏକ ମଡେଲ୍ ସୃଷ୍ଟିକୁ କରିବାକୁ ସେ ଚାହିଁରହିଥିବା କହିଛନ୍ତି । ଚଳିତ ବର୍ଷର କାର୍ଯ୍ୟକ୍ରମ ବିପର୍ଯ୍ୟୟ ବିପଦ ହ୍ରାସ ଜରିଆରେ ଜଳବାୟୁ ସ୍ଥିରତାର ଏକ ସଂସ୍କୃତି ଗଠନ କରିବା ଉପରେ ପର୍ଯ୍ୟବେସିତ କାହାଣୀକୁ ବର୍ଣ୍ଣନା କରାଯାଇଥିଲା । ଏହି ଅବସରରେ ବହୁ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଟାଟା ଷ୍ଟିଲ୍ର ଓଡ଼ିଶା ସିଏସ୍ଆର୍ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି ଯେ, “ଫାଉଣ୍ଡେସନ୍ର ଗୁରୁତ୍ୱ ହେଉଛି ଜଳବାୟୁ ସ୍ଥିରତାର ଏକ ସଂସ୍କୃତି ଗଠନ କରିବାସହ ଗୋପାଳପୁର ପାରିପାଶ୍ୱିର୍କ ଅଂଚଳରେ ବିପର୍ଯ୍ୟୟ ବିପଦ ହ୍ରାସ ସମସ୍ୟାର ସମାଧାନ କରିବା ଏବଂ ଆଗାମୀ ପାଂଚ ବର୍ଷ ପର୍ଯ୍ୟନ୍ତ ସମାନ ଗୁରୁତ୍ୱ ସହ ବିଭିନ୍ନ ଅଂଶୀଦାରଙ୍କ ସହିତ ମିଶି ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ଶ୍ରୀ ନନ୍ଦ କହିଛନ୍ତି ।’’ ଫେବ୍ରୁଆରି ୨୩ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅର୍ଥନୈତିକ ସ୍ତରରେ ପଛୁଆ ଏସ୍ସି/ ଏସ୍ଟି ପରିବାରର ୨୯୮ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଶିକ୍ଷାବୃତି ପ୍ରଦାନ କରାଯାଇଥିଲା । ଜଳବାୟୁ ସ୍ଥିରତା ଉପରେ ଆଲୋଚନା କରିବା ଲାଗି ପାରିପାଶ୍ୱିର୍କ ଗ୍ରାମର ମହିଳା ଏସ୍ଏଚ୍ଜି ସଦସ୍ୟା ଓ କିଶୋରୀ ବାଳିକାଙ୍କ ମଧ୍ୟ ସମାଗମ ହୋଇଥିଲା ।

© 2023 Odisha Taza News.