୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଦିଅର ଭାଉଜକୁ ପଥରରେ ଛେଚି ହତ୍ୟା କଲା ଭଳି ଏକ ରୋମ ଟାଙ୍କୁଳା ଘଟଣା ସାମ୍ନାକୁ ଆସିଛି ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଆର.ଉଦୟଗିରି ଡାକ ବଙ୍ଗଳା ସାହିରେ l ମିଳିଥିବା ସୂଚନା ଅନୁସାରେ ମୃତକ ମାମାଲି ପାଇକ(25) ଦିଅର ସୁଶାନ୍ତ ପାଇକଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଉଭୟ ହାତାହାତି ହେଉଥିବା ବେଳେ ଭାଉଜ ଦିଅରର ହାତ ଦୁଇଟାକୁ ଧରି ଦେଇଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ଗୋଟେ ପଥରରେ ଭାଉଜର ମୁଣ୍ଡକୁ ଆଘାତ କରିଦେଇଥିଲା । ପ୍ରଚୁର ରକ୍ତ ସ୍ରାବ ଯୋଗୁଁ ଅଚେତ ହୋଇ (ମାମାଲି )ଭାଉଜ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଅଣାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଯେ, ମୃତ ମହିଳାଙ୍କ ସ୍ବାମୀ ସଞ୍ଜୟ ପାଇକ ଦାଦନ ଖଟିବାକୁ ଯାଇ ବାହାରେ ରହୁଛନ୍ତି । ଏବଂ ତାଙ୍କ ସ୍ଵାମୀ ଙ୍କ ଅନୁପ୍ଥିତିରେ ଏଭଳି ଘଟଣା ଗ୍ରାମ ରେ ଚହଳ ସୃଷ୍ଟି କରିଛି ।
ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି .
















