୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଧାନସଭାରେ ଅପରାହ୍ନ 4ଟା.ଗୃହ ଆରମ୍ଭ ହେବା ମାତ୍ରେ ହଟଗୋଳ. ଗୃହ ମଧ୍ୟ ଭାଗରେ ଆଇନ ଶୃଙ୍ଖଳା ଓ ନବ ଦାସ ହତ୍ୟାରେ CBI ତଦନ୍ତ ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସର ବିରୋଧୀ ପ୍ରଦର୍ଶନ. ସେପଟେ ନିଜ ଆସନରେ ଠିଆ ହୋଇ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ବିଜେଡିର ପ୍ରତିବାଦ ବିଧାୟକମାନଙ୍କୁ VC ରେ ଗୃହ ଅଧିବେଶନରେ ଯୋଗ ଦେବାକୁ ବାଚସ୍ପତି ବିକ୍ରମ ଆରୁଖଙ୍କ ଅନୁମତି ପ୍ରଦାନ.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଆବାସିକ କାର୍ଯ୍ୟାଳୟ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲୋକସେବା ଭବନ କନଫରେନ୍ସ ହଲରେ ବସି ଯୋଗ ଦେବେ. ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ପ୍ରତିବାଦ ବନ୍ଦ ରଖି ନିଜ ଆସନରେ ବସିଲେ ବିଜେଡି ବିଧାୟକ. ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ରାଜ୍ୟପାଳଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଆଗତ କରୁଛନ୍ତି. ବାଚସ୍ପତିଙ୍କ ଘୋଷଣା, ବିରୋଧୀ ଦଳ ଦାବି ଉପରେ ଆସନ୍ତାକାଲି ମୋସନ ଜରିଆରେ ଆଲୋଚନା ହେବ. ହେଲେ ଗୃହ ମଧ୍ୟ ଭାଗରେ ଉଭୟ କଂଗ୍ରେସ ଓ ବିଜେପିର ପ୍ରତିବାଦ ଜାରି .














