ୟୁ ଆଣ୍ଡ ଆଇର ଓଡ଼ିଶା ବଜାର ଉପରେ ନଜର

୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର  :-  ଥାଇଲାଣ୍ଡର ବ୍ୟାଙ୍କଙ୍ଗଠାରେ ଆୟୋଜିତ ବାର୍ଷିକ ସର୍ବଭାରତୀୟ ବିକ୍ରେତା ସମ୍ମିଳନୀରେ ଭାରତର ସର୍ବାଧିକ ମୋବାଇଲ ଉପକରଣ ଉତ୍ପାଦନକାରୀ ତଥା ବିକ୍ରେତା ୟୁ ଆଣ୍ଡ ଆଇ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି । ସାରା ଦେଶର ୧୧୭୮ ପ୍ରତିନିଧି ଯୋଗ ଦେଇଥିଲା ବେଳେ ଟି. ରବି କୁମାର ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ୨୫ଜଣ ଡିଲର ଅଂଶଗ୍ରହଣ କରିଥିଲେ ।ଓଡ଼ିଶା ପ୍ରତିନିଧି ଦଳ ୟୁ ଆଣ୍ଡ ଆଇର ମାଲିକ ପରେଶ ବିଜ, ନବୀନ ବିଜ ଏବଂ ମିଟ୍ ବିଜଙ୍କ ସହ ରାଜ୍ୟରେ ବ୍ୟବସାୟିକ ଅଗ୍ରଗତି ଏବଂ ମାର୍କେଟିଂ ରଣନୀତି ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ବିଦେଶୀ ବଜାରରେ ନିଜର ଚାହିଦା ଓ ଅଂଶଧନ ବୃଦ୍ଧି ନିମିତ୍ତ କମ୍ପାନୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ବ୍ୟବସାୟିକ ବୃଦ୍ଧି ଓ ନୂତନ ଉପକରଣ ସାମଗ୍ରୀର ବଜାର ପ୍ରଚଳନ ପାଇଁ ଟିମ୍ ଓଡ଼ିଶାକୁ ବଲିଉଡ୍ ସେଲିବ୍ରେଟି ନୋରା ଫତେହି ପୁରସ୍କାର ପ୍ରଦାନ କରିଥିଲେ ।