ଗୋଷ୍ଠୀ ସ୍ତରୀୟ ପରାମର୍ଶ ଶିବିର

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) କାଳିମେଳା : – କାଳିମେଳା ବ୍ଲକ ପରିସରରେ ଗୋଷ୍ଠୀ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ସରପଞ୍ଚ ପୃଥିବୀ ରାଜ ମାଝୀ, ଜିଲ୍ଲା ନିୟୋଜନ ଅଧିକାରୀ ମନଶ୍ରୀ ସେଠୀ, ଦକ୍ଷତା ବିକାଶର ଏପିଡି ସ୍ବସ୍ତି ରାଉତ, ମାହାମ୍ମାଗାନ୍ଧୀ ଜାତୀୟ ଫିଲସଫିର ସୁଧିର ସାହୂ, ଜେଇଓ ଗୁପ୍ତ ମାଡ଼ି ପ୍ରମୁଖ ଉପସ୍ଥିତ ଥିଲେ । ବିପିଏମ ‌ରତନ ଗଲଦାର ପରିଚାଳନା କରିଥିବା ବେଳେ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରୀ ଶିବିରରେ ଯୋଗଦାନ କରିଥିଲେ । ଏଠାରେ ଵୈଷୟିକ ଶିକ୍ଷା ମାଧ୍ୟମରେ ବାଳିକାମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରୟାସ କରାଯାଇଥିଲା ।