ସର୍ଭେରେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେବଳ ଭାରତବର୍ଷ ନୁହେଁ, ବରଂ ସମଗ୍ର ବିଶ୍ୱ ଆଜି ମୋଦିଜୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି : ସମୀର ମହାନ୍ତି

ଆମେରିକା ରାଷ୍ଟ୍ରପତି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ସମେତ ବିଶ୍ୱର ୨୨ ଦେଶର ନେତାଙ୍କୁ ପଛରେ ପକାଇ ଲୋକପ୍ରିୟତାର ସର୍ବାଗ୍ରେ ମୋଦିଜୀ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୁଣିଥରେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନୋନୀତ ହୋଇଛନ୍ତି । ଆମେରିକାର ତଥ୍ୟ ଇଂଟେଲିଜେନ୍ସ ଫାର୍ମ ‘ଦ ମର୍ଣ୍ଣିଂ କନସଲ୍‌ଟ’ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପ୍ରୁଭାଲ ରେଟିଂ ସବୁଠୁ ଅଧିକ ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ସମେତ ବିଶ୍ୱର ୨୨ ଦେଶର ନେତାଙ୍କୁ ପଛରେ ପକାଇ ମୋଦିଜୀ ଲୋକପ୍ରିୟତାର ସର୍ବାଗ୍ରେ ଅଛନ୍ତି । କେବଳ ଭାରତବର୍ଷ ନୁହେଁ, ବରଂ ସମଗ୍ର ବିଶ୍ୱ ଆଜି ମୋଦିଜୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିବାର ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ବୈଶ୍ୱିକ ମହାମାରୀ କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଭାରତବର୍ଷ ନିଜ ଦକ୍ଷତା ଏବଂ ପରାକାଷ୍ଠାକୁ ଦେଶ ତଥା ବିଦେଶରେ ପହଂଚି ପାରିଥିଲା । କରୋନା ପରବର୍ତୀ ସମୟରେ ଅନେକ ଦେଶ ଆଜି ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଭାରତର ଆର୍ôଥକ ବ୍ୟବସ୍ଥା ମୋଦିଜୀଙ୍କ କାରଣରୁ ସୁଦୃଢ ରହିପାରିଛି । ଭାରତବର୍ଷ ବିଶ୍ୱଗୁରୁ ହେବାର ସ୍ୱପ୍ୱ ବହୁ ଶୀଘ୍ର ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।