ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ହାବୁଡ଼ରେ ଏକ ବଡ‌ଧରଣର ଡକାୟତି ଗ୍ୟାଙ୍ଗ : ଡକାୟତି ଯୋଜନା ପଣ୍ଡ

୦୫ ଫେବୃଆରୀ ରବିବାର୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଛତିଆ :- ଵଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ଯୋଜନା ବେଳେ ୨ଟି ଦେଶୀ ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ଏକାଧିକ ମାରଣାସ୍ତ୍ର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଯାଜପୁର ଜିଲ୍ଲା ଏସ୍ ପି ଭିନ୍ନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଡିପିଓ ସଂଜୟ କୁମାର ପଟ୍ଟନାୟକ ଓ ବୈରୀ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନଗୋ ଛତିଆ ଅମରାବତୀ ପଡିଆରେ ସଦଳବଳ ଚଢ଼ାଉ କରିଥିଲେ । ଚଢୋଉ ବେଳେ ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ନିତ୍ୟାନନ୍ଦ ପୁର ଗାଁର ବିଜୟ ମଲ୍ଲିକ ଓରଫ ମଣ୍ଟୁ, କଟକ ଜିଲ୍ଲା ମାହାଙ୍ଗା ଘିସୁଆ ଗାଁ ର କୁନା ସାହୁ, କେନ୍ଦ୍ରାପଡ଼ା ଥାନା ଡେରାବିଶ ଚତ୍ରଚକଡା ଗାଁର ଚିତ୍ତରଞ୍ଜନ ମଲ୍ଲିକ ଓରଫ ବଳିଆ, ଯାଜପୁର ଜିଲ୍ଲା ଧର୍ମଶାଳା କ୍ଷେତ୍ରପାଳ ଗାଁ ର ଶଶାଙ୍କ ସେନାପତି ଓରଫ ମିଟୁ ଏବଂ ବଡ଼ଚଣା ଥାନା ସୁକାଦେଇପୁର ଗାଁର ପର୍ଶୁରାମ ବାରିକ । ଗିରଫ ବେଳେ ଅଭିଯୁକ୍ତ ବିଜୟ ଠାରୁ ଗୁଳି ଭର୍ତ୍ତି ଗୋଟିଏ ଦେଶୀ ପିସ୍ତଲ ଓ ମୋବାଇଲ, କୁନା ପାଖରୁ ଗୋଟିଏ ଭୁଜାଲି ଓ ମୋବାଇଲ, ଚିତ୍ତରଞ୍ଜନ ପାଖରୁ ଗୁଳି ଭର୍ତ୍ତି ଗୋଟିଏ ଦେଶୀ ପିସ୍ତଲ ଓ ମୋବାଇଲ, ଶଶାଙ୍କ ଠାରୁ ଗୋଟିଏ ବଡ଼ ଛୁରୀ ଓ ମୋବାଇଲ, ପର୍ଶୁରାମ ଠାରୁ ଲୁହା ଛଡ଼ ଓ ମୋବାଇଲ ଜବତ ହୋଇଛି । ଏହା ଛଡ଼ା ହୋଣ୍ଡା ସାଇନ୍ ଓ ଆପେଚ ବାଇକ ସମେତ ଅନେକ ମାଦକ ଦ୍ରବ୍ୟ ଜବତ ହୋଇଛି ।ତେବେ ବିଳମ୍ୱିତ ରାତିରେ ନେଳିଆ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ପାଇ ଏହି ଚଢ଼ାଉ କରାଯାଇଥିବା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ସଂଜୟ କୁମାର ପଟ୍ଟନାୟକ । ଏହି ଚଢାଉ ଫଳରେ ଏକ ବଡ଼ ଧରଣର ଡ଼କାୟତକୁ ପଣ୍ଡ କରାଯାଇ ପାରିଛି । ତେବେ ଏହି ଚଢ଼ାଉରେ ଏସ୍ଆଇ ଜହର ଆବିଦିନ୍, ଏଏସଆଇ ଅକ୍ଷୟ କୁମାର ବେହେରା, କନେଷ୍ଟବଳ ଅସରଫ ଅଲ୍ଲୀ ରାଜ୍, ଜିତେନ୍ଦ୍ର ଖୁଣ୍ଟିଆ, ଦିଲ୍ଲିପ କୁମାର ସ୍ଵାଇ, ମହିଳା ଓଏପିଏଫ୍ ନନ୍ଦୀ ହେମ୍ବ୍ରମ୍ ଓ ମାଳତୀ ସୋଏ ସାମିଲ ଥିଲେ ।