ଭୁବନ ବ୍ଲକ ଜିଲ୍ଲାସ୍ତରୀୟ ଫୁଟବଲ ଟ୍ରଫି ବିଜେତା

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )  ଭୁବନ  :-  ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭୁବନ ବ୍ଲକ ବିଜେତା ହୋଇଛି । ଓଡାପଡା ବ୍ଲକ କୁ ପେନାଲଟି ସଟ ଜରିଆରେ ପରାସ୍ତ କରି ଭୁବନ ଟାଇଟେଲ ହାସଲ କରିଥିଲା ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥି ନିମନ୍ତେ ବିଜେତା ଭୁବନ ବ୍ଲକ କୁ ଟ୍ରଫି ସହ ୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କ ସହିତ ଏଡିଏମ , ପିଡି ଡିଆରଡିଏ , ଆଡିସିନାଲ ପିଡି , ଓଡାପଡା ଏବଂ ସଦର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।