ବୈପାରିଗୁଡାରେ ଜାତୀୟ ମତଦାନ ଦିବସ କାର୍ଯ୍ଯକ୍ରମ ଅନୁଷ୍ଠିତ

୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଆଜି ୧୩ ତମ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି ! ଆୟୋଜିତ କାର୍ଯ୍ଯକ୍ରମରେ ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥି ଅଧ୍ଯକ୍ଷତା କରି ଗଣତନ୍ତ୍ର ରାଷ୍ଟ୍ରରେ ମତଦାତାଙ୍କ ଅଧିକାର ହିଁ ଶ୍ରେଷ୍ଠ ଓ ନିର୍ତ୍ତିକ ମତଦାନ ବୋଲି ପ୍ରକାଶ କରିଛନ୍ତି !

ବୈପାରିଗୁଡା ସହିଦ ଲକ୍ଷ୍ମଣ ନାୟକ କନିଷ୍ଠ ଓ ଡିଗ୍ରୀ ମହାବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ କଲେଜରୁ ବାହାରି ବୈପାରିଗୁଡା ସହର ପରିକ୍ରମା କରିବା ସହ ସମସ୍ତ ନାଗରିକ ମତଦାନ କରିବା ଉଦେଶ୍ଯ ବାର୍ତ୍ତା ଦେଇ ସ୍ସାେଗାନ ମାଧ୍ଯମରେ ବ୍ଲକ ପରିସର ଭିତରେ ପହଞ୍ଚିଥିଲେ !

ବିଡିଓ ଅଭିମନ୍ଯୁ କବି ଶତପଥି ,ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା,ଏବିଡିଓ ନିବେଦିତା ଦଣ୍ଡସେନା, Senior Revenue Assistant ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ମାନଙ୍କୁ ଶପଥପାଠ କରାଇଥିଲେ !