କୁକୁଡା ନଦୀରେ ବୁଡି ଯୁବକ ମୃତ : ପାଣିରୁ ଉଦ୍ଧାର କଲେ ବାପା ଓ ଗ୍ରାମବାସୀ

୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଂଚାୟତର ପକୁଲପଡା ପି.ମାଳିଗୁଡା ଗ୍ରାମରେ ନଦୀରେ ବୁଡି ୨୮ ବର୍ଷର ଯୁବକର ମତ୍ୟୁ ହୋଇଯାଇଛି । ମୃତକ ହେଉଛି ପକୁଲପଡା ପି.ମାଳିଗୁଡା ଗ୍ରାମର ସୁବାଷ ନାୟକଙ୍କ ପୁଅ ବୃନ୍ଦାବନ ନାୟକ । ପାପ୍ତ ସୂଚନାଯୋଗ୍ୟ ଯେ ନିଜର ଦୁଇଟା ବଳଦକୁ ନେଇ ଚରାଇବା ପାଇଁ ଘରରୁ ବାହାରି ଥିଲେ । ବହୁ ସମୟ ହେବାରୁ ପୁଅ ଘରକୁ ନଫେରିବାରୁ ବାପା ଖଜିବା ପାଇଁ ବାହାରିବା ଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ଗ୍ରାମ ପାଖରେ ପ୍ରବାହିତ ହେଉଥିବା କୁକୁଡା ନଦୀରେ ପୁଅର ମୃତଦେହ ଭାସୁଛୁ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ନଦୀରୁ ବାହାରି କରି ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତ କରିଥିଲେ ।ତେବେ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ବୈପାରିଗୁଡା ପୋଲିସ ପକ୍ଷରୁ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ମୃତହେଦ ହସ୍ତାନ୍ତର କରିଥିଲେ ।