ହକି ବିଶ୍ୱ କପ : ଖେଳାଳି ସହ ପଡିଆକୁ ଓଲ୍ଲି।ଇଲେ ଡିଏଭି ଛାତ୍ର ଏକାକ୍ଷର

ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ )ଭୁବନେଶ୍ୱର :- ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ଵ କପରେ ସବୁଦିନ ଖେଳ ଆରଂଭ ବେଳେ ପ୍ରତେକ ଦେଶର ଖେଳାଳି ଦଳ ସହିତ ଜଣେ ଛାତ୍ର କିଂବା ଛାତ୍ରୀ କ୍ୟାପ୍ଟନ ଙ୍କ ହାତଧରି ହକିପଡ଼ିଆ ଭିତରକୁ ଆଣି ଦର୍ଶକ ମାନଙ୍କ ସମୁଖରେ ପରିଚୟ କରିଥାଏ ତାସହିତ ସମସ୍ତ ଖେଳାଳି ମାନେ ଆସିଥାନ୍ତି ।ତାପରେ ସେହି ଦେଶର ଜାତୀୟ ପତାକା ରଖୀ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ । ସେହି କ୍ରମରେ କୋରିଆ ଓ ଜାପାନ ଖେଳରେ କୋରିଆ କାପଟେନ ର ହାତଧରି ପଡିଆ ମଝିକୁ ଦଉଡି ଦଉଡି ଆସିଥିଲେ ଡିଏଭି ପୋଖରିପୁଟ ର ଛାତ୍ର ଏକାକ୍ଷର ତ୍ରିନାଥ ପଟ୍ଟନାୟକ । ଏକାକ୍ଷର କୁ ପଚାରିବାରୁ ସେ କହିଛନ୍ତି ଯେ ମୋତେ କୋରିଆ କାପଟେନ ନା, ସ୍କୁଲର ନା ବାପା ଙ୍କ ନା, ହବି ସବୁ ପଚାରିଲେ ଆଉ ମୁଁ ମଧ୍ୟ ତାଙ୍କ ଟିମ ପାଇଁ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ଶୁଭ କାମନା କଲି ଆଉ ସେମାନେ ଜାପାନ କୁ ହରେଇ ଆସିଲେ ତାପରେ ମୋତେ ଚୁମା ଦେଇ ଗେଲ କଲେ,ମୋପାଇଁ ଆଜିର ଦିନଟି ଜୀବନର ଗୋଟିଏ ଇତିହାସ ହେଲା ବିଶ୍ଵ କପ ରେ ମୁଁ କିଛି ଗୁଣ୍ଡୁଚି ମୂଷା ର କାମ କଲି ସେଥିପାଇଁ ମୁଁ ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ କ୍ରୀଡ଼ା ବିଭାଗ କୁ ଧନ୍ୟବାଦ ଜଣାଉଛି ।