ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ତରଫରୁ 2022ର ଶେଷ ଦିନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବସରରେ ବିଦାୟୀ କାଳିନ ଭବ୍ୟ ସମ୍ବଦ୍ଧନା ଦିଆଯାଇଥିଲା

୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ପଟ୍ଟାମୁଣ୍ଡାଇ :- କେନ୍ଦ୍ରାପଡ଼ା ଜିଲ୍ଲାର ସବିଡ଼ିଭିଜନ ମାନ୍ୟତା ପାଇଁ ଦାବିଦାର ସହର ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ର କାର୍ଯ୍ୟରତ ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ନାୟକ ଙ୍କୁ ଅଫିସ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ଚାକରି ଜୀବନ ରୁ ଆଜି ଅଫିସ ଆଲ ଭାବେ ଶେଷ ଦିନ ଥିବା ବେଳେ 2022ପୁରୁଣା ବର୍ଷ ର ଶେଷ ଦିନର ମୁହୂର୍ତ୍ତ କୁ ଏକ ସ୍ମରଣୀୟ ଭାବେ ମନେ ରଖିବା ପାଇଁ ଆଜି ସ୍ୱତନ୍ତ୍ର ଭାବେ ମନ୍ଦିର ପରିସରରୁ ବିନା ପିଆଜ, ରସୁଣ ପ୍ରସାଦ ଆସି ଥିଲା,! ସେପଟେ ସତ ଘଟଣା ପରଖି ବାକୁ ଘଟଣା ସ୍ଥଳରେ ଆମ ଚ୍ୟାନେଲ କେନ୍ଦ୍ରାପଡ଼ା ବ୍ୟୁରେ ଚି଼୍ଫ ସତ ଘଟଣା ପରଖିବା ପାଇଁ ସେଠାରେ ଉପସ୍ଥିତ ଥିଲେ,! ତେବେ ଉକ୍ତ ଅଫିସ କର୍ମଚାରୀ ଓ କାର୍ଯ୍ୟାଳୟ ପକ୍ଷରୁ ତଥା ସ୍ଥାନୀୟ ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ସମ୍ପୃକ୍ତ କଣ୍ଟ୍ରାକ୍ଟର ମାନେ ବିଦାୟ କାଳିନ ର ଯେଉଁ ମାନେ ଅଂଶ ଗ୍ରହଣ କରିଥିଲେ ସେମାନେ ହେଲେ ପଟ୍ଟାମୁଣ୍ଡାଇ ସହକାରୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ଜେନା,ଜୋତି,ରଞ୍ଜନ ବେହେରା (କନିଷ୍ଠ ଯନ୍ତ୍ରୀ ଆଳି )କିଶୋର କୁମାର ଜେନା, (କ୍ୟାସିଅର ପଟ୍ଟାମୁଣ୍ଡାଇ )ଶଶିକାନ୍ତ ଧଳ (ଷ୍ଟୋର କିପର ପଟ୍ଟାମୁଣ୍ଡାଇ )ଗୁରୁ ଚରଣ ସାହୁ (ଅଫିସ ଡ୍ରାଇଭର )ମୋନାଲିସା ସାହୁ (ଅଫିସ ପିଅନ )ଦିବାକର ତରାଇ (ୱାଚମ୍ୟାନ )ଗଗନ ରାଉତ (ଖଲାସୀ )ସେକ୍ସନ -ୱାନ ର ବୁଦ୍ଧି ରାମ ମଳିକ, ଅଜୟ ବେହେରା, ଅଭିରାମ ମଳିକ, ସୁରେଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ମଳିକ, ପ୍ରଶ୍ନ କୁମାର ରାଉତରାୟ, ଏଥି ସହିତ ଗୁରୁ ଚରଣ ବେହେରା ଜଣେ ସ୍ଥାନୀୟ ପଟ୍ଟାମୁଣ୍ଡାଇ ର ଉକ୍ତ ଅଫିସ କର୍ମଚାରୀ ଅବସର ନେଇଥିଲେ,! ଅନ୍ୟ ପଟେ ଦେଖିବାକୁ ଗଲେ ରାଜନଗର ବ୍ଲକରେ ନୂତନ ଭାବେ ଯୋଗଦାନ କରିଥିବା ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ନଟ ବର ପ୍ରଧାନ ଙ୍କ ସହ ରାଜନଗର ପୂର୍ତ୍ତ ବିଭାଗ ର କ୍ୟାସିଅର ଶ୍ରୀ ବସନ୍ତ କୁମାର ବଳ ଓ ପଟ୍ଟାମୁଣ୍ଡାଇ ଅଫିସ ର ପୂର୍ବତନ କ୍ୟାସିଅର କଣ୍ଡୁରୀ ଚରଣ ଭଦ୍ର ଅବସର ବିଦାୟୀ କାଳିନ କାର୍ଯ୍ୟକ୍ରମ ର ସଭା ରେ ଶ୍ରୀ ରାମ ଚନ୍ଦ୍ର ନାୟକ ନିଜ ଅଭି ଭାଷଣ ରେ କହି ରଖିଥିଲେ ଆପଣ ମାନଙ୍କ ପାଖରେ ଯଦି ମୋ ଅଜାଣତ ରେ କିଛି ଯଦି ମୁଁ ଭୁଲ କରି ବସି ଥାଏ ତେବେ ଆପଣ ମୋତେ କ୍ଷମା କରିବେ ବୋଲି ନିଜ ର ବକ୍ତବ୍ୟ ରେ କହିଥିଲେ,! ଶେଷ ସମୟରେ ଶ୍ରୀ ନାୟକ ଙ୍କୁ ଗାଡି ପାଖକୁ ସମସ୍ତ ଆସ ବାପତ୍ର ନେଇ ବଳେଇ ଦେବାକୁ ଯାଇଥିଲେ,! ଯୋଗଦାନ କରିଥିଲେ,! ଯାହା ଫଳରେ ଏକ ଭବ୍ୟ ବିଦାୟୀ ଉତ୍ସବ ମୁଖରିତ ବା ସତେ ଯେପରି ଆମ କୁ ସବୁ ଦିନ ପାଇଁ ଆମ ପରିବାର ର ଖାସ ସଦସ୍ୟ ଛାଡି ଚାଲିଗଲା ପରି ପରିବେଶ କିଛି ସମୟ ପାଇଁ ସୃଷ୍ଟି ହୋଇଥିବାର ଦୃଶ୍ୟ ମାନ ଦେଖିବାକୁ ମିଳିଥିଲା,!