କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଂଘ ର ନୂତନ ସଭାପତି ନିର୍ବାଚିତ ପ୍ରଭାକର ପଳାଇ ଙ୍କୁ ବିପୁଳ ସମ୍ବଦ୍ଧନା

୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) କେନ୍ଦ୍ରାପଡା :- କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପୁରାତନ ଯାଦବ ମହାସଂଘ ଓ ରାଜ୍ୟ କମିଟି ପକ୍ଷରୁ ନିର୍ବାଚନ ପକ୍ରିୟା ଅନୁଷ୍ଠିତ ହୋଇଥିଲା ! ତେବେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ରଂଜିତ କୁମାର ଦାସ ଙ୍କୁ ନିର୍ବାଚନ ପରିଚାଳନା କରିଥିଲେ  ! ଆଜିର ମହାସଙ୍ଗ ର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ କୁଳମଣି ଦାସ ଓ ଯାଦବ ମହାସଙ୍ଗ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ବେହେରା ଙ୍କ ସହିତ ନଅ ଗୋଟି ବ୍ଲକ ର ସଭାପତି ଏବଂ ଜିଲ୍ଲାର ଦୁଇଟି ପୌର ପାଳିକା ର ସଭାପତି ଙ୍କ ସହ କାର୍ଯ୍ୟ କର୍ତ୍ତା ସଭ୍ୟ ଓ ସଭ୍ୟା ମାନେ ନିର୍ବାଚିତ କରିବା ସହିତ ସମ୍ବଦ୍ଧନା ଜଣାଇଥିଲେ ! ଅନ୍ୟ ଦିଗରେ ଦେଖିବାକୁ ଗଲେ ଆଜିର କାର୍ଯ୍ୟକ୍ରମ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଫୋଟ ରେ ପୁଷ୍ପ ମାଳ ଦେଇ ପ୍ରଦୀପ ପ୍ରଜ୍ୟଳନ କରିବା ସହିତ ଦେଶାତ୍ମକ ବୋଧ ଗାନ କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ! ତେବେ ଛୋଟ ଛୋଟ ବାଳିକା ମାନଙ୍କ ପକ୍ଷରୁ ଅତିଥି ଓ ଆଜିର ନୂତନ ନିର୍ବାଚିତ ଜିଲ୍ଲା ମହାସଙ୍ଗ ର ସଭାପତି ଶ୍ରୀ ପ୍ରଭାକର ପଳାଇ ଙ୍କୁ ଭବ୍ୟ ସମ୍ବଦ୍ଧନା ଦେଇଥିଲେ ! ଉପସ୍ଥିତ ଥିବା ରାଜ୍ୟ ଅତିଥି ଭାବେ ପର୍ଯ୍ୟବେକ୍ଷକ ଶ୍ରୀମତୀ ରିତା ରାଣୀ ଦାସ, ଉତ୍କଳ ଯାଦବ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦ୍ମମୁନ କୁମାର ବେହେରା,ସର୍ବ ସ୍ତରୀୟ ମହାସଂଘ ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ,କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା ର ପୂର୍ବତନ ଉପଦେଷ୍ଟା ଶ୍ରୀ ନାରାୟଣ ଦାସ, ରିଟାୟାର୍ଡ଼ ଆଇ ଏ ଏସ, ଉପଦେଷ୍ଟା ଡ଼କ୍ଟର ବାସୁଦେବ ଦାସ, ବିଜୟ କୁମାର ପରିଡା ଚିନ୍ମୟ ଦାସ, ମନୋଜ ପରିଡା, ଇଂ ପଞ୍ଚାନନ ଦାସ, ଇଂ ବିଜୟ ଦାସ,ଅଶୋକ ବଳ, ଧୀରେନ ପୃଷ୍ଟି, ଦୋଳଗୋବିନ୍ଦ ଦାସ, ମହିଳା ସଭା ନେତ୍ରୀ ଶ୍ରୀମତୀ ସରୋଜିନୀ ଦାସ, ଯୁବ ଯାଦବ କାର୍ଯ୍ୟକାରୀ ସଭାପତି ଧୀରେନ ଦାସ, ଙ୍କ ସହିତ ନଅ ଗୋଟି ବ୍ଲକ ସଭାପତି ଓ ସାଧାରଣ ସମ୍ପାଦକ କର୍ମକର୍ତ୍ତା ସଦସ୍ୟ ଓ ସଦସ୍ୟା ମାନେ ଆଜିର ନିର୍ବାଚନ ପକ୍ରିୟା ରେ ଭାଗ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ଯାଦବ ମହାସଂଘ ର ଟ୍ରେଡ଼ ୟୁନିଅନ ର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଭାକର ପଳାଇ ଙ୍କୁ ନିର୍ବାଚିତ କରି ଥିବାରୁ ଉଚ୍ଚ ଶିକ୍ଷିତ ସମ୍ପନ ଯୁବକ ରାଜନଗର ବ୍ଲକ ସଭାପତି ଶ୍ରୀ ଅସିତ କୁମାର କବି ଆନ୍ତରିକତା ର ସହିତ ଶ୍ରୀ ପଳାଇ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ! କହି ରଖିଛନ୍ତି, କି ପ୍ରକୃତ ମହାସଂଘ ର ଜଣେ ଦକ୍ଷ୍ୟ ନେତା ଙ୍କୁ ଉଚିତ ସମୟରେ ସଠିକ ନିଷ୍ପତି ଯାଦବ କୁଳର ବଡ଼ଭାଇ ଓ ଭଉଣୀ ମାନେ ଚିନ୍ତାଧାରା କୁ ମୁଁ ହୃଦୟ ରୁ ସ୍ୱାଗତ ଜଣାଉଛି !