ନେହୁରୁ ଯୁବ କେନ୍ଦ୍ର ସଭା ଗୃହ ଠାରେ ଏନୱାଇକେ ପକ୍ଷରୁ ଯୁବଗୋଷ୍ଠୀଙ୍କ ତିନି ଦିନିଆ ନେତୃତ୍ୱ ବିକାଶ ତାଲିମ ଶିବିର ଉଦଯାପିତ

୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି  :-  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆର୍ସେଟି ପରିସରରେ ଥିବା ନେହେରୁ ଯୁବକେନ୍ଦ୍ରର ସଭାଗୃହ ଠାରେ ଯୁବଗୋଷ୍ଠୀଙ୍କ ତିନି ଦିନିଆ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇ ଯାଇଛି ।ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଆର୍ସେଟିର ନିର୍ଦ୍ଦେଶକ ଶ୍ରୀ ସାଇମନ ଡୁଙ୍ଗ୍ଡୁଙ୍ଗ୍ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ତିନି ଦିନିଆ ତାଲିମ ଶିବିରକୁ ଉଦ୍ଘାଟନ କରିଥିଲେ । ଆଜି ଶେଷ ତଥା ଉଦ୍ୟାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଓ ରାଜ୍ୟସ୍ତରୀୟ ପ୍ରଶିକ୍ଷିକା ଶ୍ରୀମତୀ ସୁଶୀଳା ମିଶ୍ର ପ୍ରମୁଖ ଯୋଗ ଦେଇ ଯୁବ ଗୋଷ୍ଠୀ ବିକାଶର ବିଭିନ୍ନ ଦିଗ ସମ୍ପର୍କରେ କହି ତାଲିମ ପାଇଥିବା ସମସ୍ତ ବିଷୟକୁ ନେଇ ଭବିଷ୍ୟତରେ ସତବି କରିବାକୁ ପରାମର୍ଶ ଦେଇଥିଲେ ।

ଏହି ତିନି-ଦିନିଆ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ସମେତ ପାରଳାଖେମୁଣ୍ଡି ପୌର ପରିଷଦର ମୋଟ ୩୦୦ ରୁ ଉର୍ଦ୍ଧ୍ବ ଯୁବ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୪୦ ଜଣ ମନୋନୀତ ଯୁବ ସ୍ଵେଚ୍ଛାସେବୀ ଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା ।ଏହି ଶିବିରରେ ମୁଖ୍ୟତଃ ଯୁବ ଗୋଷ୍ଠୀଙ୍କ ନେତୃତ୍ୱର ବିକାଶ ସମେତ ଦକ୍ଷତା , ଗୋଷ୍ଠୀ ଓ ଶିକ୍ଷାର ବିକାଶ ନେହେରୁ ଯୁବ କେନ୍ଦ୍ରର ଭୂମୀକା , ବିପର୍ଜୟ ପରିଚାଳନା , ନିଶା ନିବାରଣ ଓ ବାଲ୍ୟ ବିବାହ ଏବଂ ମହିଳା ମାନଙ୍କ ସୁରକ୍ଷା ଉପରେ ସଚେତନତା କରାଯାଇ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି ତିନି-ଦିନିଆ ଶିବିରରେ ରାଜ୍ୟସ୍ତରୀୟ ପ୍ରଶିକ୍ଷିକା ଶ୍ରୀମତୀ ଶୁଶିଳା ମିଶ୍ର ଯୋଗଦେଇ ମୁଖ୍ୟତଃ ୧୦ ଟି ଜୀବନ କୌଶଳ ଶିକ୍ଷା ଉପରେ ତାଲିମ ପ୍ରଦାନ କରିବା ସହ ଆରଟିଆଇ ଓ ଏସଟିଆଇ, ଏଚଆଇଭି-ଏଡ଼ସ , ବ୍ୟକ୍ତିଗତ ପରକାର ପରିଚ୍ଛନ୍ନ ଓ ଶୃଙ୍ଖଳିତ ଜୀବନ ଉପରେ ତାଲିମ ପ୍ରଦାନ କରିଥିଲେ । ସେହିଭଳି ଅନ୍ୟତମ ପ୍ରଶିକ୍ଷିକା ସଖୀ ୱାନ-ଷ୍ଟପ କେନ୍ଦ୍ରର ମୋହିନୀ ପ୍ରଧାନ ଏଥିରେ ଯୋଗଦେଇ ନେହେରୁ ଯୁବ କେନ୍ଦ୍ର କଣ , ତାର ଦାୟିତ୍ଵ ଓ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ତାଲିମ ପ୍ରଦାନ କରିଥିଲେ ।

ଏନ୍ୱାଇକେ: ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଯୁବକ ମାନଙ୍କ ନେତୃତ୍ବ ବିକାଶ , ଏନୱାଇକେ  ର ପରିଚାଳନା , ଡିଜିଟାଲ ସାକ୍ଷରତା , ସ୍ମାର୍ଟ-ଫୋନ୍ , ଇଣ୍ଟରନେଟ ବ୍ୟବହାର , ୟୁଥ୍ କ୍ଳବ୍ ଗଠନ ସହ ତାର ଦାୟିତ୍ଵ ଓ ଭୂମିକା , ବ୍ୟକ୍ତିତ୍ଵ ଓ ଯୁବ ଗୋଷ୍ଠୀ ବିକାଶ ପ୍ରଭୃତି ଉପାଦେୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହା ସହ ତିନିଦିନ ଧରି ଯୋଗ ଅଭ୍ୟାସ ତାଲିମ ମଧ୍ୟ ପ୍ରଦାନ କରା ଯିବା ସହ କ୍ଷେତ୍ର ପରିଦର୍ଶନରେ ନଦିକୁଳ ଗ୍ରାମ କେରାଣ୍ଡି ଓ ସହ ପର୍ଯ୍ୟଟନ କ୍ଷେତ୍ର ବିଏନ ପ୍ୟାଲେସ ଯାଇ ସେଠାରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରା ଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉତ୍ତମ କାର‌୍ୟ୍ୟ କୃତୀ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଯୁବଗୋଷ୍ଠୀଙ୍କୁ ଉଦ୍ୟାପନୀ ଉତ୍ସବର ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯିବା ସହ ପ୍ରଶିକ୍ଷଣ ନେଇଥିବା ସମସ୍ତଙ୍କୁ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ଏନ୍ୱାଇକେର ସ୍ୱେଚ୍ଛାସେବୀ ଶ୍ରୀ ଏ.ମହେଶ ଏବଂ ଶ୍ରୀ ବି.ଭବାନୀ ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ ।