କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ରିଏଲ ‘ଦମନ’ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଭେଟିଲେ ‘ଦମନ’ ଚଳଚ୍ଚିତ୍ରର ରିଲ କଳାକାର ମାନେ

୦୪ ଡିସେମ୍ବର ରବିବାର (ଓଡ଼ିଶା ତାଜା ନ୍ୟୁଜ )କୁଡୁମୁଲୁଗୁମ୍ମା :- ଓଡ଼ିଶା ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ର ସଂପୂର୍ଣ୍ଣ ମ୍ୟାରେଲିଆ ନିରାକରଣ କାର୍ଯ୍ୟକ୍ରମ ଦମନ କୁ ଆଧାର କରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଜଳଭଣ୍ଡାର ଆରପଟ ର ନିଛକ୍ ସତ୍ୟ କୁ ରୂପେଲି ପରଦାରେ ରୂପ ଦେଇଥିବା ଦମନ ଚଳଚ୍ଚିତ୍ର ର ନିର୍ଦ୍ଦେଶକ ଭିଷାଲ ମୈର୍ୟା,ସହ ପ୍ରଜୋଯକ ବିଜୟ ପାତ୍ର,ସହ-ନିର୍ଦ୍ଦେଶକ ଇମରାନ ଓ ସମ୍ବିତ ଜେନା ଙ୍କ ସହ ପୁରା ଟିମ୍ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପରିଦର୍ଶନ ପାଇଁ ଆସିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଦମନ ରେ ପ୍ରଦର୍ଶିତ ସ୍ୱାଭିମାନ ଅଞ୍ଚଳ ଯାନବାଇ,ଯୋଡାମ୍ବ,ଧୂଳିପୁଟ, ରାଲେଗଡ଼ା ଓ ପାପରମେଟଲା ଅଞ୍ଚଳ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ । ଏହି ଅବହେଳିତ ଅବସ୍ଥାରେ ଥିବା ଅଞ୍ଚଳ ର ଅଧିବାସୀ ମ୍ୟାଲେରିଆ ଜ୍ୱର ରେ କବଳିତ ହୋଇ ମୃତ୍ୟୁ ମୁଖରେ ପଡୁଥିଲେ ।

ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରି ଓ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ଓ ଡାକ୍ତର ଙ୍କ ସମର୍ପିତ ସେବା ଯୋଗୁଁ ଏହି ଅଞ୍ଚଳ ବର୍ତ୍ତମାନ ମ୍ୟାଲେରିଆ ମୁକ୍ତ ହୋଇପାରିଛି । ଏହି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ କୁ ଆଧାର କରି ଦମନ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।

ଏଥି ମଧ୍ୟରେ ରାଜ୍ୟ ସରକାର ଉକ୍ତ ଚଳଚ୍ଚିତ୍ର କୁ ଟ୍ୟାକ୍ସ ଫ୍ରି କରିବା ସହ ଓଡ଼ିଶା ର ତିରିଶି ଟି ଜିଲ୍ଲା ସଦରମହକୁମା ର ସିନେମା ହଲ ରେ ସ୍ୱାସ୍ଥ୍ୟ ବିଭାଗ ସହ ଜଡ଼ିତ ସମସ୍ତ କର୍ମଚାରୀ ମାନଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରିଵା ସହ କର୍ମଚାରୀଙ୍କୁ , ଜନସେବା ପାଇଁ ଅଭିପ୍ରେରିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଏହି ଅବସରରେ ମାଲକାନଗିରି ଜିଲ୍ଲା କୁ ଆସିଥିବା ଦମନ ଚଳଚ୍ଚିତ୍ର ର ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ପୁରା ଟିମ୍ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାଭିମାନ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଭେଟି ସେମାନଙ୍କ ଅଦମ୍ୟ ପ୍ରୟାସ ପାଇଁ ଧନ୍ୟବାଦ୍ ଜଣାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଡଃ ସନ୍ତୋଷ କୁମାର ଷଡଙ୍ଗୀ ଓ ସମସ୍ତ କର୍ମଚାରୀ ଦମନ ଚଳଚ୍ଚିତ୍ର ର ପୁରା ଟିମ୍ କୁ ଉତ୍ସସିତ ସମ୍ବର୍ଧନା କରିବା ସହ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିନରେ ଆସୁଥିବା ସ୍ୱାଭିମାନ ଅଞ୍ଚଳ ର ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିନିଖି ବିବରଣୀ ପ୍ରଦାନ କରିଥିଲେ। ଦମନ ର ପୁରା ଟିମ୍ ଏହି ସ୍ୱର୍ଣିମ ସମ୍ବର୍ଦ୍ଧନା ରେ ଭାବପ୍ରବଣ ହେବା ସହ ଏହି ଚଳଚ୍ଚିତ୍ର ର ସମସ୍ତ ଶ୍ରେୟ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କର୍ତ୍ତୃପକ୍ଷ ଓ ସ୍ୱାଭିମାନ ଅଞ୍ଚଳ ର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଙ୍କୁ ସମର୍ପିତ କରିଥିଲେ ।