୨୮ ଏକର ସରକାରୀ ଜମିରେ ଚାଷ ହୋଇଥିଲା ଗଞ୍ଜେଇ : ଚଢାଉ କରି ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- କିଛିଦିନର ନିରବତା ପରେ ଆଜି ପୁଣିଥରେ କୋରାପୁଟ ଜିଲାର ବୈପାରିଗୁଡା ଥାନା ଅଂଚଳରେ ଆରମ୍ଭ ହୋଇଛି ଗଞ୍ଜେଇ କଟା ଅଭିଯାନ । ଏଭଳି ସ୍ଥଳେ ସରକାରୀ ଜାଗାରେ ଗଞ୍ଜେଇ ଚାଷ ଚାଲିଥିବାର ଖବର ପାଇଁ ସେଗୁଡିକକୁ ନଷ୍ଟ କରାଯାଇଥିବାର ଦେଖାଯାଇଛି ! ବୈପାରିଗୁଡା ବ୍ଲକ ମହୁଲି ପଂଚାୟତ ର ଲେଞ୍ଜା ଗ୍ରାମ ପାଖରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୨୮ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରି ଦିଆଯାଇଥିବା ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ମାଜିଷ୍ଟ୍ରେଟ୍‍ ଭାବରେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ସାମିଲ୍‍ ହୋଇଥିବା ବେଳେ ବ୍ରହ୍ମପୁର ଅବକାରୀ ବିଭାଗର ଏଏସଆଇ ରଶ୍ମିରଞ୍ଜନ ନାୟକ ଓ ତାଙ୍କ କର୍ମଚାରୀ ମାନେ ମଧ୍ଯ ଏହି ଚଢାଉରେ ଅଂଶ ଗ୍ରହଣ କରିଥିଲେ ! ସ୍ଥାନୀୟ ପୋଲିସ ,ଅବକାରୀ ଓ ରାଜସ୍ବ ବିଭାଗର ମିଳିତ କ୍ରମେ ଏହି କାର୍ଯ୍ଯ ହୋଇଥିଲା ! ସରକାରୀ ଜମି ଉପରେ ବେଆଇନ ଭାବେ ବୈପାରିଗୁଡା ଥାନା ଲେଞ୍ଜା ଗ୍ରାମର ୨୮ ଏକର ଜମିରେ ଗଞ୍ଜେଇ ଚାଷ ଚାଲିଥିଲା ସେଗୁଡିକକୁ ସମ୍ପୂର୍ଣ୍ଣ ନଷ୍ଟ କରି ପୋଡା ଦିଆଯାଇଛି !