ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ସହଜ ଉପାୟ ଆଲୋଚନା କାର୍ଯ୍ୟକ୍ରମ

୨୧ ନଭେମ୍ବର ସୋମବାର  (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି  :- ତାବରଡା ତା 15.11.2022 ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ତାବରଡା ଠାରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପ୍ରସ୍ତୁତି ପାଇଁ କେତୋଟି ସହଜ ଉପାୟ ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦଶମ ଶ୍ରେଣୀ ର 65 ଜଣ ଛାତ୍ରୀ /ଛାତ୍ର ଉପସ୍ଥିତ ରହିଥିଲେ l ଛାତ୍ର /ଛାତ୍ରୀ ମାନେ ପରୀକ୍ଷା ଭଳି ମାନସିକ ଚାପରୁ କିଭଳି ମୁକ୍ତି ପାଇବେ ଏବଂ ନିଜର ଦକ୍ଷତା ଅନୁସାରେ ସଫଳତା ପାଇବେ, ସେଥିପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତି ହୋଇଥିବା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପ୍ରସ୍ତୁତି ପାଇଁ କେତାଟି ସହଜ ଉପାୟ କାର୍ଯ୍ୟକ୍ରମର ନିୟମାବଳୀ ବିଷୟରେ ଉପସ୍ଥାପନା କରିଥିଲେ l ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ରାଇତ, ଶ୍ରଦ୍ଧାଞ୍ଜଳି ଭୂୟାଁ, ଲୋପାମୁଦ୍ରା ଭୋଇ ଇଂରାଜୀ, ବିଜ୍ଞାନ, ଗଣିତ, ସାହିତ୍ୟ, ସଂସଙ୍କୃତ ବିଷୟ ଗୁଡିକ କିଭଳି ଉପାୟରେ ପଡ଼ିଲେ ଚାପ ମୂକ୍ତ ହୋଇ ପାରିବେ ଏବଂ ପଢା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ହେଲେ ସର୍ବଦା ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ 6 ରୁ 7 ଘଣ୍ଟା ଶୋଇବା ଏବଂ ବ୍ୟାୟାମ ଓ ଯୋଗ କରିବା ଦ୍ୱାରା ଦିନସାରା ଫୁର୍ତ୍ତି ଓ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିବ ବୋଲି କହିଥିଲେ l ଦଶମ ଶ୍ରେଣୀ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଓ ଦଶମ ଶ୍ରେଣୀ ର ଛାତ୍ର /ଛାତ୍ରୀ ମାନଂକୁ ନେଇ ଆଲୋଚନା ହୋଇଥିଲା l