ବ୍ଲକ ସ୍ତରୀୟ ଭୋଟର ପଞ୍ଜିକୃତ ସଚେତନତା କାର୍ଯ୍ୟକ୍ରମ

୨୧ ନଭେମ୍ବର ସୋମବାର  (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି  :- ଭାରତ ସରକାର ତଥା ନିର୍ବାଚନ ଆୟୋଗଙ୍କ ସୂଚନା ପ୍ରକାରେ ଓ ଗଜପତି ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାରେ ଥିବା ସମସ୍ତ ଡିଗ୍ରୀ କଲେଜ ଗୁଡିକରେ + ୧୭ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ଭୋଟର ସଚେତନତା ସହ ନିଜନିଜର ନାମକୁ ଭୋଟର ତାଲିକାଭୁକ୍ତ କରିବା ପ୍ରଣାଳୀ ଶିକ୍ଷା ଦିଆଯାଉଛି । ଏହି ପରୀପେକ୍ଷୀରେ ଆଜି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ରାମଗିରି ସ୍ଥିତ ଡଃ ଅମ୍ବେଦକର ଡିଗ୍ରୀ କଲେଜରେ ମଧ୍ୟ ଅନୁଷ୍ଠିତ ହେଇଯାଇଛି ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକମକୁ କଲେଜର ପ୍ରିନ୍ସିପାଲ ପୂର୍ଣ୍ଣଚନ୍ଦ୍ର ଦଳେଇ ଅଧ୍ୟକ୍ଷତା କରିଥିଲା ବେଳେ କଲେଜର ସଭାପତି, ଉପ ସଭାପତି, ଅନ୍ୟାନ୍ୟ କମିଟି ସଦସ୍ୟ ଗଣ, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବ୍ଲକ ତରଫରୁ ବିଏଲଓ ସୁପରଭାଇଜର ପ୍ରଦୀପ କୁମାର ପଣ୍ଡା ଓ ଦୁଇଜଣ ବିଏଲଓ ଠାକୁର ରଇତ ଓ ରାମଚନ୍ଦ୍ର ମଣ୍ଡଳଙ୍କ ସହ ସୁରେଶ ଶବର ଆସି ଭୋଟର ତାଲିକାରେ ନିଜ ସ୍ମାର୍ଟଫୋନ ଦ୍ବାରା ପଞ୍ଜିକୃତ କରିବାର ପ୍ରଣାଳୀ ଶିକ୍ଷା ଓ ସଚେତନତା କରିଥିଲେ। କାର୍ର୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖାଯାଇଥିଲା ।