କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଖେଳ ପ୍ରତିଯୋଗିତା

୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ ଛାତ୍ର ଛାତ୍ରୀ ମାନଙ୍କ ମ୍ୟଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା,ଖେଳକୁ ନେଇ ନିଜର କ୍ୟାରିୟର ଗଢ଼ିତୋଳିବା,ଶାରୀରିକ ସୁସ୍ଥତା ରଖିବା ଉଦେଶ୍ୟରେ ବିଭିନ୍ନ ବିଦ୍ୟାଳୟରେ ଖେଳ କୁଦ ପ୍ରତିଯୋଗିତା ହୋଇଥାଏ l ବିଦ୍ୟାଳୟରେ ପ୍ରତିବର୍ଷ ରିଜିଓନାଲ ,ନ୍ୟାସନାଲ ସ୍ତରରେ ପ୍ରତିଯୋଗିତା କରାଯାଇଥାଏ l ଛୋଟ ଛୋଟ ପିଲାମାନଙ୍କ ପାଇଁ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା କରାଯାଏ l ପିଲାମାନଙ୍କର ସ୍ପୋର୍ଟସ ସାଇନ୍ସ ପ୍ରତି ଆଗ୍ରହ ସୃଷ୍ଟି କରିବା ,ସ୍ପୋର୍ଟସ ଓ ଖେଳକୁ ସେମାନଙ୍କର କ୍ୟାରିୟର ଭାବରେ ଚୟନ କରିବା ହେଉଛି ଏହାର ଉଦେଶ୍ୟ l ଏହି ଅବସରରେ ଆଇ ଏନ ଏସ ଚିଲିକାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ପ୍ରିନସିପାଲ ଦିବାକର ଭୋଇଙ୍କ ପୌରହିତରେ ଏକ ଦିବସୀୟ କ୍ଲଷ୍ଟର ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କମlଣ୍ଡାର ପରିଚୟ କରଲା(ଏସିଡ଼ିଓ ),ସମ୍ନାନୀତ ଅତିଥିଭାବରେ ପ୍ରାକ୍ତନ ପ୍ରିନସିପାଲ ସୁଶ୍ରୀ ରଞ୍ଜନ ଦାସ,ଅତିଥି ଭାବେ ବ୍ରହ୍ମପୁରର ଭାଇସ ଭାଇସ ପ୍ରିନସିପାଲ ଆର କେ ଗୁପ୍ତା,ପ୍ରଧାନ ଶିକ୍ଷକ ହରିହର ପଣ୍ଡା ଯୋଗଦେଇ ପ୍ରତିଯୋଗିତାରେ କୃତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l କେନ୍ଦ୍ରୀୟ ବିଦ୍ୟାଳୟ ଆଇ ଏନ ଏସ ଚିଲିକାର ସ୍ପୋର୍ଟସ ପ୍ରଭାରୀ ଚିନମୟୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l ଉକ୍ତ ପ୍ରତିଯୋଗିତାରେ 3 ଟି ଜିଲ୍ଲାର 7 ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ପ୍ରାୟ ତିନିଶହ ପଚାଶ ପ୍ରାଥମିକ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ଖେଳ ପଡିଆରେ ସଂକୁଳ ସ୍ତରୀୟ ଲଘୁ ଖେଳ କୁଦ,ବସ୍ତା ଦୌଡ଼,କବାଡି,ବଲ ଥ୍ରୋ,50 ମିଟର ଓ 100 ମିଟର ଦୌଡ଼ ଭଳି ଅନେକ ପ୍ରତିଯୋଗିତା କରାଯାଇଥିଲା l ପିଲାମାନେ ହାର ଜିତ କୁ ପଛରେ ପକାଇ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l କିଛି ପ୍ରତିଯୋଗୀ ଖେଳକୁ ମାଧ୍ୟମ କରି ନିଜର ଭବିଷ୍ୟତ କରିବା କଥା ଉତ୍ସାହର ସହିତ ପ୍ରକାଶ କରିଛନ୍ତି l