ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ନବମ ଦିନରେ ମୟୁରଭଞ୍ଜ ଜିଲ୍ଲାକୁ ପ୍ରବେଶ କଲା ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା : ବାଲେଶ୍ୱର ସହରରେ ବିପୁଳ ଜନସମାଗମ ଓ ଜନସମର୍ଥନ ପାଇଲା

୧୧ ନଭେମ୍ବର ଶୁକ୍ରବାର ( ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ସକାଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନବଦିନର ଭାରତଯୋଡ଼ ଯାତ୍ରା ବାଲେଶ୍ୱର ସହର ଉପକଣ୍ଠ କୋରଡ଼ା ଛକଠାରୁ ପ୍ରଥମ ପର୍ଯ୍ୟାୟ ପଦଯାତ୍ର ଆରମ୍ଭ ହେଲା । ଏହି ପଦଯାତ୍ରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାର ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପତାକା ଦେଖାଇ ଆଜିର ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ବାଲେଶ୍ୱର ସହର ପରିକ୍ରମା କରି ହିମପୁରା ଛକଠାରେ ପ୍ରଥମ ପର୍ଯ୍ୟାୟ ପଦଯାତ୍ର ଶେଷ ହୋଇଥିଲା । ଏହି ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ନବଜ୍ୟୋତି ପଟ୍ଟନାୟକ, ରାଜନ ଏକା ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ଯୋଗଦେଇଥିଲେ । ଏହି ପଦଯାତ୍ରାରେ ବାଲେଶ୍ୱର ଜିଲ୍ଲାର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତରଞ୍ଜନ ଷଡ଼ଙ୍ଗୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପ୍ରତିଯୋଗିତା କରିଥିବା ସମସ୍ତ ବିଧାୟକ ପ୍ରାର୍ଥୀ, ବିଜନ ନାୟକ, ସୁଦର୍ଶନ ଦାସ, ସତ୍ୟଶିବ ସୁନ୍ଦର ଦାସ, ମନଜା ମଞ୍ଜରୀ ଦେବୀ ଅଂଶଗ୍ରହଣ କରିଥିଲେ । ପଦଯାତ୍ରା ଯେତେବେଳେ ଆସି ପୋଲିସ ଲାଇନ ଛକଠାରେ କଂଗ୍ରେସ ଦଳର ବହୁ ନେତୃବର୍ଗ ଶ୍ରୀଯୁକ୍ତ ପଟ୍ଟନାୟକ, ଡ. ଚେଲା କୁମାରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ଭାରତ ଯୋଡ଼ ଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରିଥିଲେ । ନିକଟବର୍ତୀ ଲକ୍ଷ୍ମୀନାରାୟଣ ମନ୍ଦିରରୁ ପୂଜକମାନେ ଚନ୍ଦନ ସିନ୍ଦୁର ଲଗାଇଥିଲେ ।ଷ୍ଟେସନ ଛକଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଚେଲା କୁମାର, ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ସଂଜିବ ଗିରି ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଷ୍ଟେସନ ଛକଠାରେ ବହୁ କଂଗ୍ରେସ ନେତୃବର୍ଗ କଂଗ୍ରେସ ପ୍ରେମୀ, କର୍ମୀ, ନେତୃବର୍ଗ ତଥା ବାଲେଶ୍ୱର ଜିଲ୍ଲାର ବହୁ ଜନସାଧାରଣ ଭାରତଯୋଡ଼ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଫକୀର ମୋହନ ଗୋଲେଇଠାରେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତିରେ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଡ. ଏ ଚେଲା କୁମାର, ନବଜ୍ୟୋତି ପଟ୍ଟନାୟକ ମାଲ୍ୟାର୍ପଣ କରିଥିଲେ । ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଏ ଧନ, ପାନ, ମିନର ସହର ଆଜି ୨୨ ବର୍ଷରେ ଏକ ଅପାରଗ ସରକାର ଯୋଗୁ ଆଜି ଶ୍ରୀହିନ କଂଗ୍ରେସ ଶାସନ ସମୟରେ ଏ ଜିଲ୍ଳା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଥିଲା । କିନ୍ତୁ ଆଜି ବିର୍ଲା ଟାୟାର୍ସ ବନ୍ଦ, ପୋଲାର ଲାଟେଜ, ବାଲେଶ୍ୱର ଆଲୋଏଜ, ଓଇଏଲ ଏବଂ ପଶୁକାରଖାନ ମଧ୍ୟ ବନ୍ଦ ହୋଇଯାଇଛି । ୨୨ ବର୍ଷ ଭିତରେ ନବୀନ ବାବୁ ଗୋଟିଏବି ନୂଆ କାରଖାନା ସ୍ଥାପନ କରିନାହାନ୍ତି । ଏ ଅଂଚଳର ଏମ୍ସ, ଆଇଟିଆଇ କଂଗ୍ରେସ ସରକାର ସମୟରେ ହୋଇଥିଲା । କିନ୍ତୁ ୮ ବର୍ଷର ବିଜେପି ଶାସନରେ ଏ ଜିଲ୍ଲାର ଏମ୍ସ ସାଟଲାଇଟି ସିଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଆଜି ଏ ଜିଲ୍ଲାର କୃଷକ, ଧାନର ଅଭାବିବିକ୍ରୀର ବଡ଼ ସମସ୍ୟାକୁ ସାମନା କରୁଛି । ଏ ଅଂଚଳର ଯୁବକ ଯୁବତୀ ଆଜି ବେରୋଜଗାର । ବାଲେଶ୍ୱର ସହର, ଉଚ୍ଚଶିକ୍ଷିତ ଜିଲ୍ଲା ହୋଇଥିଲେ ମଧ୍ୟ ଏ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ସହଦବେ ଖୁଂଟା ଓଭରିବ୍ରିଜ ଠାରେ ଜଣେ ଶତାୟୁ ମହିଳା ଶ୍ରୀ ପଟ୍ଟନାୟକ ଏବଂ ଭାରତଯୋଡ଼ ଯାତ୍ରୀଙ୍କୁ ଆଶୀର୍ବାଦ କରିଥିଲେ । ବହୁ ସ୍କୁଲ ଛାତ୍ରଛାତ୍ରୀ ତଥା ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଯୁବତୀ ଏ ଯାତ୍ରାରେ ସାମିଲ ହୋଇଥିଲେ । କୁନି କୁନି ପିଲାମାନେ ସର୍ବଧର୍ମ ସମନ୍ୱୟର ବିଭିନ୍ନ ପୋଷାକ ପିନ୍ଧି ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇ ବହୁବାଟ ପଦଯାତ୍ରାରେ କରିଥିଲେ । କଚେରି ଛକଠାରେ ବହୁ ବୟଜ୍ୟେଷ୍ଠ ବାଲେଶ୍ୱର ଜିଲ୍ଲାର କଂଗ୍ରେସ ନେତା ତଥା ପ୍ରଜ୍ଞାପାରମିତା ମହାନ୍ତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଡ ଏ ଚେଲ୍ଳା କୁମାରଙ୍କୁ ଧରି କାନ୍ଦିଲେ ଏବଂ କଂଗ୍ରେସ କିପରି ସୁଦୃଢ଼ ହେବ ଏବଂ କଂଗ୍ରେସ କିପିର ସରକାରକୁ ଫେରିବ ଏହା ତାଙ୍କର ଅନ୍ତିମ ଇଛା । ଶ୍ରୀ ପଟ୍ଟନାୟକ ଶ୍ରୀଯୁକ୍ତ ମହାନ୍ତିଙ୍କ ଦୁଇ ହାତକୁ ଧରି ଭାବବିହ୍ୱଳ ହୋଇ ପ୍ରତିଶୃତି ଦେଇଥିଲେ ୨୦୨୪ ରେ କଂଗ୍ରେସ ନିଶ୍ଚିତ ଭାବେ ଶାସନ ଭାର ହାତକୁ ନେବେ । ଭାରତ ଯୋଡ଼ ଦ୍ୱିତୀୟ ପର୍ଯ୍ୟାୟ ଭିମପୁରାଠୁ ଆରମ୍ଭ ହୋଇ ମୟୁରଭଞ୍ଜ ଜିଲ୍ଲା କଳମା ଗେଟଠାରେ ପଂହଚିଲା । ଆସନ୍ତା କାଲି କଲମା ଗେଟରୁ ବାହାରି ବେତନଟୀ ଅଭିମୁଖେ ଯାତ୍ରା କରିବ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ମାନସ ଚୌଧୁରୀ, ପ୍ରକାଶ ଜେନା, ମନୋଜ ବିଶ୍ୱାଳ, ସଂଜୟ ତ୍ରିପାଠୀ, ସନତ ଦାସ, ବାଙ୍କନିଧି ବେହେରା, ହଳଧର ସେଠୀ, ଜିଆଉଲ ହକ, ବିସ୍ମୟ ମହାପାତ୍ର, ରଜନୀ ମହାନ୍ତି, ଗୌତମ ସାହୁ, ରଞ୍ଜନ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ପ୍ରଦୀପ ମହାପାତ୍ର, ସତ୍ୟବ୍ରତ ନାୟକ, ବିଶ୍ୱଜିତ ଦାଶ, ବିଶ୍ୱ ମହାନ୍ତି, ବିଜନ ନାୟକ, କୈଳାସ ସାହୁ, ମହମ୍ମଦ ସାହାଦୁଲ୍ଲା, ଜ୍ଞାନ ପଟ୍ଟନାୟକ, ଅଶୋକ ଦାସ, ଶ୍ରୀୟାସ୍ମିତା ପଣ୍ଡା, ଜାନକୀ ମଲ୍ଲିକ, ବିଜନ ଦାସ, ସୌରଭ ପଟ୍ଟନାୟକ, ଦେବଦତ ଦାସ, ନିହାର ବେହେରା, ପ୍ରଜ୍ଞା ପରମିତା ମହାନ୍ତି, ପ୍ର୍ରଭାତ ପ୍ରତାପ ସିଂ, ଅରୁଣ ଜେନା, ମନୋଜ ସାହୁ, ନିତେଶ ବେହେରା, ଜୟକୃଷ୍ଣ ମଲ୍ଲିଆ, ଜୀବନ ମହାପାତ୍ର ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଜଣାଇଛନ୍ତି ।