ପୁଣିଥରେ ନିଜ ଶକ୍ତି ପ୍ରଦର୍ଶନ କଲା ବୈପାରିଗୁଡା ବ୍ଲକ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଶାଳ ଜନସମ୍ପର୍କ ପଦଯାତ୍ରା – ସାମିଲ ହେଲେ ପଂଚାୟତସ୍ତରର ଶହ ଶହ ଦଳୀୟ କର୍ମୀ

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ଗତ କିଛି ଦିନ ତଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଦଶମନ୍ତପୁର ପଂଚାୟତ ଠାରେ ତିନି ପଂଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ବ୍ଲକର କିଛି ଅସନ୍ତୁଷ୍ଟ କର୍ମୀ ମାନେ ପଦଯାତ୍ରା କରିଥିବା ବେଳେ ଏବେ ପୁଣିଥରେ ବ୍ଲକର ୨୦ ଗୋଟି ପଂଚାୟତର ଦଳୀୟ କର୍ମୀ ଓ କିଛି ଲୋକପ୍ରତିନିଥି ତଥା ସରପଂଚ, ସମିତିସଭ୍ୟ ମାନଙ୍କୁ ନେଇ ବୈପାରିଗୁଡା ସହର ଠାରେ ଏକ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରି ଦଳରେ ଯେଉଁ ମାନେ ଏହି ଅସନ୍ତୁଷ୍ଟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ସେମାନଙ୍କୁ ନିଜ ଶକ୍ତି ପ୍ରଦର୍ଶନ କରିଥିବାର ଦେଖାଯାଇଛି । ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଏବେ ଧିରେ ଧିରେ ପଂଚାୟତସ୍ତର ରେ ଏହାର ପ୍ରଭାବ ପଡିବା ସହିତ ଦଳୀୟ କର୍ମୀଙ୍କ ମଧ୍ୟରେ ଧିରେ ଧିରେ ଫାଟ ସୃଷ୍ଟି ଦେଖା ଯାଉଥିବା ସମୟରେ କାହିଁକି ରାଜ୍ୟ କିମ୍ବା ଜିଲ୍ଲାସ୍ତରର ନେତା ମାନେ ଏହାର ସମାଧାନର ବାଟ ବାହାର କରିପାରିନାହାନ୍ତି ତାହାକୁ ନେଇ ଗାଁ ଗହଳିର କର୍ମୀଙ୍କ ମଧ୍ୟ ଘୋର ଅସନ୍ତୋଷ ଦେଖା ଦେଇଛି । ଏହି ଗୋଷ୍ଠୀକନ୍ଦଳ ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଦିନ କୁ ଦିନ ଅତି ଭୟଙ୍କର ରୂପ ନେଉଛି ବୋଲି ମଧ୍ୟ ବୈପାରିଗୁଡା ବ୍ଲକରେ ଏବେ ଆଲେଚନା ହେଉଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଦଳ ଉପରେ ପଡିବ ବୋଲିମଧ୍ୟ ଶୁଣିବାକୁ ମିଳୁଛି । ବ୍ଲକର ବରିଷ୍ଟ ବିଜେଡି କର୍ମୀ ଆର.ଶ୍ରୀନିବାସ ରାଓ ଙ୍କ ନେତୃତ୍ୱରେ ଆଜି ଏହି ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏହି ପଦଯାତ୍ରାରେ ଅସନ୍ତୁଷ୍ଟ ବରିଷ୍ଟ ବିଜେଡି କର୍ମୀ ମନୋଜ ମହାପାତ୍ର, ପୂର୍ବତନ ସରପଂଚ ଭାଗିରଥି ମୂର୍ଜିଁଆ,ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର, ବାପି ଜଗଦେବ, ମାନସ ଜଗଦେବ, କୁର୍ଷ୍ଣ ମାଳି, ଦ୍ୱିବ ତୁରୁକି, ଝରିଆ ଖାନ,ପୂର୍ବତନ ଜିଲ୍ଲା ସମ୍ପାଦକ ଆର. ଦାମ୍ଭିକା ରାଓଙ୍କ ସହିତ ବ୍ଲକର ୨୦ଗୋଟି ପଂଚାୟତରୁ ହଜାର ହଜାର ଦଳୀୟ କର୍ମୀ ଉପସ୍ଥିତ ରହି ବିରଖମ୍ବ ପୋଲ ଠାରୁ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଗୌଡସାହି ପର୍ଯ୍ୟନ୍ତ ଯାଇ ପୁଣିଥରେ ସେଠାରୁ ବାହାରି ବିଏସ୍‌ଏଫ୍ କମ୍ପା ପର୍ଯ୍ୟନ୍ତ ବାହାର ବାଜା ଗୀତ ର ତାଳେ ତାଳେ ନାଚନାଚ ହାତରେ ଦଳୀୟ ପତାତା ଧରି ଓଡିଶାର ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବବି ଭାଇ ଜିନ୍ଦାବାଦ ନାରା ଦେଇ ସହର ପରିକ୍ରମା କରିବାର ଦେଖିବାକୁ ମିଳିଛି । ଦଳରେ ତାଙ୍କୁ ଅଣଦେଖା କରୁଥିବା କର୍ମୀ କିମ୍ବା ନେତାଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରି ଗାଁ ଗହଳି ସହିତ ପ୍ରତ୍ୟେକ ଭୋଟର ମାନଙ୍କ ପାଖରେ ନିଜର ଉପସ୍ଥିତି ମଧ୍ୟ ଜାହିର କରିଛନ୍ତି । ଆମେ ଅସନ୍ତୁଷ୍ଟ ଥିଲେ ମଧ୍ୟ ଦଳ ପାଇଁ କାର୍ଯ୍ୟ କରୁଛୁ ଏବଂ ଦଳର ନିତ୍ୱିର୍ତିକୁ ମାନି ଚଲିବୁ ବୋଲି ପ୍ରକାଶ କରିଛନ୍ତି । ଏହି ଜନସମ୍ପର୍କ ପଦଯାତ୍ରାରେ ଅସନ୍ତୁଷ୍ଟ କର୍ମୀଙ୍କ ସହିତ କିଛି ପଂଚାୟତର ସରପଂଚ , ସମିତିସଭ୍ୟ, ୱାର୍ଡମେମ୍ବର ମାନେ ଉପସ୍ଥିତ ରହିଥିଲେ ।