ବାସ୍ତବ ରେ କର୍ମ ଓ ନିସ୍ବାର୍ଥପର ସେବା ହିଁ ମାନବ ସମାଜର ମୂଳମନ୍ତ୍ର : ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଓଡ଼ିଶା ତାଜା ନ୍ୟୁଜ (୫ ନଭେମ୍ବର ଶନିବାର ) ନହଙ୍ଗ ପଞ୍ଚାୟତ ର ଶ୍ରୀଯୁକ୍ତ ସୁବାସ ଦାସଙ୍କ ୧୩ ବର୍ଷୀୟ ପୁତ୍ର ସତ୍ୟ ଦାସ ଙ୍କ ର ଦୁଇଟି ଗୋଡ଼ ଅଚଳ ହୋଇଯିବା ଖବର ଗଣମାଧ୍ୟମ ରୁ ପାଇ ମାନ୍ୟବର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କୁ ଭେଟି ସାହାଯ୍ୟ ର ହାତ ବଢେଇଥିଲେ ।

ଆଜି ସହଯୋଗ କ୍ରମେ ଉକ୍ତ ବାଳକ ଜଣକକୁ AIIMS ମେଡିକାଲ ନେଇ ଡାକ୍ତର ଦେଖାଇଲି । ଡାକ୍ତର ଙ୍କ କହିବା ଅନୁଯାୟୀ ଏହା ଏକ ବଂଶାନୁକ୍ରମିକ ଦୁରାରୋଗ୍ୟ ବ୍ୟାଧି (Duchene muscular dystrophy),ଏହି ରୋଗର କୌଣସି ଔଷଧ ନାହିଁ,

କେବଳ ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ଟିକେ ସ୍ଵସ୍ଥ ରହିବ । ଆପଣ ମାନେ ସମସ୍ତେ ପ୍ରାର୍ଥନା କରନ୍ତୁ , ଜୀବନକୁ ଠିକ୍ ରେ ବୁଝିବା ଆରମ୍ଭ କରିନଥିବା ଏହି ନିରୀହ ନାବାଳକ ଟିକୁ ଜୀବନର ଚଲାପଥରେ ଭଗବାନ ଶକ୍ତି ଓ ସାମର୍ଥ୍ୟ ଦିଅନ୍ତୁ । ମାନବତାର ମନ୍ତ୍ର ସେବା । ତ୍ୟାଗ ,ସମର୍ପଣ ରୁ ସବୁଠୁ ନୈସର୍ଗିକ ଭାବନା ହେଉଛି ସେବା ।