ଆସିକା ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱ ରେ ଜନ ସମ୍ପର୍କ ପଦଯାତ୍ରା ଷଷ୍ଠ ଦିବସରେ

ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ଶୁକ୍ରବାର ) ଆସିକା :- ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ପଵିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର-୦୨ ଠାରୁ ନଭେମ୍ୱର -୦୨ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ବିଜୁ ଜନତା ଦଳ ସାଧାରଣ ଲୋକ ଙ୍କ ପାଖରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ର ଜନ କଲ୍ୟାଣକାରୀ ଯୋଜନା, ଜନ୍ମ ରୁ ଜଇ ପର୍ଯ୍ୟନ୍ତ ଜନତାଙ୍କ ହିତ ପାଇଁ ଯୋଜନା କରି ମିଶନ ଶକ୍ତି ଜରିଆରେ ନାରୀ ସଶକ୍ତିକରଣ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହିପରି ବିଭିନ୍ନ ଜନ ମଙ୍ଗଳ ଯୋଜନାର କେତେଦୂର ସଫଳ ରୂପାୟନ ହୋଇଛି ଏବଂ କେଉଁଠି ସମସ୍ୟା ଅଛି ତା ଉପରେ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ହେଇଛି ।  ଏହି ପରିପ୍ରେକ୍ଷୀରେ ଆଜି ଷଷ୍ଠ ଦିବସରେ ଆସିକା ନିର୍ବାଚନ ମଣ୍ଡଳୀର ଆସିକା ବ୍ଲକ ଅନ୍ତର୍ଗତ ବାଲିଛାଇ ଓ ଦେବଭୂମି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ମାନ୍ୟବର ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱ ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା.