ପାରଳାଖେମୁଣ୍ଡି ସ୍ଥିତ ପାଇକ ଆଖଡ଼ା ଗୁଡିକରେ ଅସ୍ତ୍ରଶସ୍ତ୍ର ପୂଜନ, ପାରମ୍ପରିକ ରଣକୌଶଳ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ ( ୪ ଅକ୍ଟୋବର ,ମଙ୍ଗଳବାର )ପାରଳାଖେମୁଣ୍ଡି :- ଦଶହରା ଅବସରରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ରାଜବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପାଇକ ଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି ଅଷ୍ଟମୀ ଠାରୁ ତିନି ଦିନ ଧରି ଆଖଡା ପୂଜା ହୁଏ ଶେଷ ଦିନରେ ମା’ ଦୁର୍ଗାଙ୍କୁ ପୂଜା କରି ଅସ୍ତ୍ରଶସ୍ତ୍ର ଆଖଡାରେ ରଖାଯାଏ ଏହି ପରିପ୍ରେକ୍ଷୀରେ ପିଲା ଠାରୁ ବୁଢ଼ା ଯାଏ ସଭିଏଁ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଗଜପତି ରାଜବଂଶ ଶାସନ ସମୟରୁ ପ୍ରଚଳିତ ହୋଇ ଆସୁଥିବା ବହୁ ପୂରାତନ ପରମ୍ପରା ଏବେବି ସେଠାରେ ଦେଖିବାକୁ ମିଳିଛି l