ମହାନ ଜନ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜଟଣୀ ନଗର ମଣ୍ଡଳ ତରଫରୁ ମାଲ୍ୟାର୍ପଣ

ଓଡ଼ିଶା ତାଜା ନ୍ୟୁଜ (ତାରିଖ ଆଶ୍ୱିନ ୨୦୨୨,ମଙ୍ଗଳବାର ) ଖୋର୍ଦ୍ଧା-ଜଟଣୀ :- ମହାନ ଜନ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜଟଣୀ ନଗର ମଣ୍ଡଳ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ ମାଲ୍ୟାର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ରାଜ୍ୟ ସ୍ୱଚ୍ଛ ଭାରତ ମିଶନ ର ସହ ସଂଯୋଜକ ମହେଶ ମିଶ୍ର,

ନଗର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ନାଗ ଭୂଷଣ ରାୟ, ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଶାନ୍ତ ବରାଳ, ନଗର ମଣ୍ଡଳ ଉପ ସଭାପତି ଛବି ପାଇକରାୟ, କାଉନସିଲର ପ୍ରାର୍ଥୀ ସୁରେଶ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ପ୍ରମୁଖ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ l