ବୈପାରିଗୁଡାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ


ଓଡ଼ିଶା ତାଜା ନ୍ୟୁଜ (୦୨ ଅକ୍ଟୋବର ରବିବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକ ପ୍ରଶାସନ ଓ ମହୁଲି ଗ୍ରାମପଂଚାୟତରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଲକ ପରିସର ଭିତରେ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ଓ ଜନସାଧାରଣ ମାନେ ପାଳନ କରିଥିବା ବେଳେ ମହୁଲି ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ସରପଂଚ ସଦା ଜାନୀ, ସମିତିସଭ୍ୟ ଭକ୍ତରାମ ହରିଜନ,

ଯୋଗାଣ ସହାୟକ ଲିପୁ ମହାପାତ୍ର ,ପିଇଓ, ୱାର୍ଡମେମ୍ବର ଓ ଅନ୍ୟ କର୍ମଚାରୀ, ଗ୍ରାମବାସୀ ମାନେ ଉପସ୍ଥିତ ରହି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀଙ୍କ ଫୋଟଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲାବାହାଦୁର ଶାସ୍ତ୍ରୀଙ୍କ ଚିନ୍ତା ଚେତନା ଜୀବନଦର୍ଶନ ଦେଶଭକ୍ତି ସର୍ବୋପରି ମୂଲ୍ୟବୋଧ ଭିତିକ ସମାଜ ଗଠନରେ ଯେଉଁ ମହନୀୟ ଭୂମିକା ନିଭାଇଛନ୍ତି ତାହା ଆଜିର ଯୁବ ଶକ୍ତି ଅନୁସରଣ କରିବା ଏକାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକ ମାନଙ୍କୁ କହିଥିଲେ ।