ବୈପାରିଗୁଡା ବ୍ଲକ ବିଜେଡି ଦଳ ର କର୍ମୀ ସମ୍ମିଳନୀ : ନିଲମ୍ବିତ ୧୪ ଜଣଙ୍କୁ ଦଳ ରୁ ବହିଷ୍ଲାର ପାଇଁ ଏକତ୍ରିତ ହେଲେ କର୍ମୀ

ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର ମଙ୍ଗଳବାର ) ବୈପାରୀଗୁଡା :- ବୈପାରିଗୁଡା ବ୍ଲକ ବିଜେଡି ଦଳ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେବା ନେଇ ବ୍ଲକର ୨୦ ଗୋଟି ପଂଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି ! ବୈପାରୀଗୁଡା ସ୍ଥିତ ହାଟ ପଦା ଠାରେ କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିବା ବେଳେ ବୈପାରିଗୁଡା ବ୍ଲକ ବିଜେଡି ଆବାହକ ହେମନ୍ତ ମହାପାତ୍ରଙ୍କ ନେତୃତ୍ୱ ରେ ଦଳର ବହୁ ବରିଷ୍ଟ କର୍ମୀ ଙ୍କ ସହ ସମସ୍ତ ଗ୍ରାମପଂଚାୟତର ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ! ଏହି ବୈଠକ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଜିଲ୍ଲା ପରିଷଦସଭ୍ୟ ରାଜେଶ୍ୱର ମହୁରୀଆ, ପାଞ୍ଚ ଜଣିଆ ପରିଚାଳନା କମିଟି ର ସଦସ୍ୟ ଜଗଦୀଶ ଜେନା,

ପଦ୍ମ ହନ୍ତାଳ, ସାଥୀରାମ ନାୟକ, ଲମ୍ବୋଧର ଖରା ସହ ଶୃଙ୍ଖଳା କମିଟି ର ସଭାପତି ବାବୁନି ମହାନ୍ତି, ରମେଶ ସ୍ୱାଇଁ, ଯୁବ କର୍ମୀ ବିଶ୍ୱଜିତ ନାୟକ, ତ୍ରିଲୋଚନ ଜେନା, ବିଜେଡି ସମର୍ଥତ ସରପଞ୍ଚ ସମିତି ସଭ୍ୟ ମାନେ ମଂଚାସୀନ ହୋଇ ଥିଲେ l କର୍ମୀ ସମ୍ମିଳନୀରେ ପଂଚାୟତ ନିର୍ବାଚନ ର ସମୀକ୍ଷା କରିବା ସହ ସେହି ସମୟରେ ଦଳ ବିରୋଧୀ କାମ କରିଥିବାରୁ ୧୪ ଜଣ କର୍ମୀଙ୍କୁ ଦଳରୁ ନିଲମ୍ବିତ କରାଯାଇ ଥିବା ସେହି କର୍ମୀ ମାନଙ୍କୁ ଦଳରୁ ସମ୍ପର୍ଣ୍ଣ ଭାବେ ବହିଷ୍ଲାର କରିବା ପାଇଁ ଦଳୀୟ କର୍ମୀ ମାନେ ସର୍ବ ସମ୍ମତି କ୍ରମେ ନିଷ୍ପତି ନେଇ ଏକ ପତ୍ର ଲେଖି ଜିଲ୍ଲାସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଜଣାଇଥିବାର କହିଛି ବ୍ଲକ ବିଜେଡି !

ସେହି ପରି ଭାବେ ଦଶମନ୍ତପୁର ପଂଚାୟତର ୨୨ ଓ ପୂଜାରୀଗୁଡା ପଂଚାୟତର ୧୨ ଜଣ କଂଗ୍ରେସ କର୍ମୀ ବିଜେଡି ଦଳରେ ଯୋଗଦାନ କରିଛନ୍ତି ବୋଲି ସୂଚନା ପ୍ରଦାନ କରାଯାଇଛି ! କର୍ମୀ ସମ୍ମିଳନୀ କୁ ବିଧାୟକ ପ୍ରତିନିଥି ତଥା ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ ପରିଚାଳନା କରିଥିଲେ ! ଏହି କର୍ମୀ ସମ୍ମିଳନୀ ରେ ବ୍ଲକର 1500 ରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗଦାନ କରିଥିଲେ