ଜେଲ୍ ରେ ଆଇନ ସଚେତନତା ଶିବିର

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର/ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂ, ଖୋର୍ଦ୍ଧା ଜିଲ୍ଲା ଜଜ୍ ଶ୍ରୀ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧାସବଜେଲ ଓ ବାଣପୁର ସବଜେଲ ପରିଦର୍ଶନ କରି ଜେଲ ଅନ୍ତେବାସୀମାନଙ୍କର ବିଭିନ୍ନ ଅଭାବ ଅସୁବିଧା, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ,ଚିକିତ୍ସା ଓ ପରିମଳବ୍ୟବସ୍ଥା ଆଦି ସଂପର୍କରେ ଅନୁଧ୍ୟାନ କରିବା ସହ ସେମାନଙ୍କୁ ଆଇନରେ ଥିବା ବିଧି ବ୍ୟବସ୍ଥାର ଉପଯୋଗ ସମ୍ପର୍କରେ ଅବଗତ କରାଇଥିଲେ କ୍ଷ ସେମାନେ କିଭଳି ଆଇନ ସେବା,

ସାହାଯ୍ୟ ଓ ପରାମର୍ଶ ପାଇବାରୁ ବଞ୍ଚିତ ନ ହେବେ ଏବଂ ସେମାନଙ୍କର ଦଣ୍ଡ ବ୍ୟବସ୍ଥା ଓ ଅପିଲ ପାଇଁ ଉପର କୋର୍ଟରେ ଆବେଦନ କରିବାର କିପରି ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ବୁଝାଇଥିଲେ କ୍ଷ ସ୍ଥାନୀୟ ଜେଲ ଅଧିକ୍ଷକଙ୍କ ସହଯୋଗରେ ଉଭୟ ସବ୍ ଜେଲ୍ ରେ ଆଇନ ସଚେତନତା କାର‌୍ୟ୍ୟକ୍ରମ କରାଯାଇ ବିଚରାଧୀନ ବନ୍ଦୀ ଓ ସଜ୍ଜା ଭୋଗୁଥିବା ବନ୍ଦୀମାନଙ୍କୁ ମାଗଣା ଆଇନ ସେବାର ସୁବିଧା ନେବା ସମ୍ପର୍କରେ ସୂଚନା ଦେବା ସହ ଜେଲ ଲୋକ ଅଦାଲତର ସାହାଯ୍ୟ ନେବାକୁ ପରାମର୍ଶ ଦେଇଥିଲେ କ୍ଷ ଆବଶ୍ୟକ ସ୍ଥଳେ ପ୍ୟାନେଲ୍ ଆଇନଜୀବୀ, ଗ୍ରାମୀଣ ଆଇନ ସହାୟତା କର୍ମୀ,କାରାଗାର ଆଇନ ସହାୟତା କର୍ମୀମାନଙ୍କର ସାହାଯ୍ୟ ନେଇ ନିର୍ଦ୍ଧାରିତ ଆବେଦନ ଫର୍ମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଖୋର୍ଦ୍ଧାଙ୍କ ଦ୍ୱାରସ୍ତ ହୋଇପାରିବେ ବୋଲି ସୂଚନା ଦେଇଥିଲେ .