ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ତରଫରୁ ଗୁରୁ ବନ୍ଦନ ଓ ଛାତ୍ର ଅଭିନନ୍ଦନ 

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ବ୍ରହ୍ମପୁର :- ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ତରଫରୁ ଗୁରୁ ବନ୍ଦନ ଓ ଛାତ୍ର ଅଭିନନ୍ଦନ ବହୁତ୍ ସୁନ୍ଦର ଭାବରେ ପାଳିତ ହୋଇଯାଇଛି l ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥଧାମ ଶାଖା ପୁରୀ ତରଫରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମାତା ପିତା,ଗୁରୁଜୀ ଗୁରୁମା ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନବୋଧ ବୃଦ୍ଧି ତଥା ଦେଶାତ୍ମକବୋଧ ଭାବନା ଜାଗରଣ ଉଦ୍ଦେଶ୍ୟରେ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ,ଚିଲିକା ଭିତରେ  ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଅବସରରେ ଭାରତ ବିକାଶ ପରିଷଦ ପୂର୍ଵକ୍ଷେତ୍ର ର କ୍ଷେତ୍ରୀୟ ମହାସଚିବ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କହିଥିଲେ ଯେ “ପ୍ରାଚୀନ ଯୁଗରେ ଗୁରୁ ଙ୍କ ଗୁରୁତ୍ୱ ଯେପରି ସର୍ବାଗ୍ରେ ଥିଲା ଆଜିର ଆଧୁନିକ ଯୁଗରେ ମଧ୍ୟ ଗୁରୁ ଙ୍କ ଗୁରୁତ୍ୱ କିଛି କମିନାହିଁ । ଗୁଗୁଲ ସୂଚନା ର ଭଣ୍ଡାର ହୋଇଥିବା ବେଳେ ଗୁରୁ ଜ୍ଞାନର ଭାଣ୍ଡାର । ରାଷ୍ଟ୍ରର ସମୃଦ୍ଧି ନିମନ୍ତେ ପ୍ରତେକ ଛାତ୍ର ଛାତ୍ରୀ ନିଜର ଲକ୍ଷ୍ୟ ସ୍ଥିର କରିବା ଉଚିତ ଏବଂ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଗୁରୁ ହିଁ ସଠିକ ମାର୍ଗଦର୍ଶନ କରାଇ ପାରିବେ।” ଖେତ୍ରୀୟ ମହିଳା ସହଭାଗିତା ସଚିବ ସୁପ୍ରିତି ରଥ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇ ଥିଲେ। ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ର ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସଭାରେ ସଭାପତିତ୍ୱ କରିଥିଲେ।

ଶିକ୍ଷାଦାନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିବାରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ,ବିଶେଷ ପାରଦର୍ଶିତା ପାଇଁ ଶିକ୍ଷକ ମହମ୍ମଦ ତଜମୁଲ ହୁସେନ ଏବଂ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କୁ ମାନ ପତ୍ର ଏବଂ ଉପଢୌକନ ଦେଇ ବନ୍ଦନ କରାଯାଇଥିଲା । ଗତ ବୋଡ ପରୀକ୍ଷା ରେ ବିଦ୍ୟାଳୟରେ ସର୍ବୋଚ୍ଚ ନଂ ରଖିଥିବା ଟ୍ଵିଙ୍କିଲ ଜେନା,ନବମ ଶେଣୀରେ ସର୍ବୋଚ୍ଚ ନଂ ରଖିଥିବା ଶିକ୍ଷା ସଂସ୍କୃତି ସାମଲ,ଅଷ୍ଟମ ଶ୍ରେଣୀରେ ସର୍ବୋଚ୍ଚ ନଂ ରଖିଥିବା ସୁଶ୍ରୀ ସାଇପ୍ରିୟା ଜେନା,ତର୍କ ଅଭିନୟ ଚିତ୍ରାଙ୍କନ ସାଧାରଣ ଜ୍ଞାନ ଆଦିରେ ବିଶେଷ ଦକ୍ଷତା ଦୃଷ୍ଟିରୁ ଦିବ୍ୟ ଦର୍ଶନ ଜେନା,

ସାହାସିକତା ସହିତ ଭାରତ ସ୍କାଉଟ ଓ ଗାଇଡ଼ ରେ ବିଶେଷ ଦକ୍ଷତା ଯୋଗୁ ରଶ୍ମିଦ୍ୱିପା ପ୍ରିୟଦର୍ଶୀ,ଭଲ ପାଠ ପଢା ସହ ନୃତ୍ୟ କ୍ଷେତ୍ର ରେ ବିଶେଷ ଦକ୍ଷତା ଦୃଷ୍ଟିରୁ ରୋସ୍ନି ଜେନା ଙ୍କୁ ମାନ ପତ୍ର ଦେଇ ଅଭିନନ୍ଦନ କରାଯାଇଥିଲା । ସଚିବ ସୌମେନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କାର ସଚିବ ପିତାମ୍ବର ମହାପାତ୍ର,ଅବସର ପ୍ରାପ୍ତ ପ୍ରଶାସକ ମୁକ୍ତିକାନ୍ତ ଦାସ,କୃଷ୍ଣ ଚନ୍ଦ୍ର ରଥ,ଶରତ ଜୟସିଂ,ଲାଲା ଅନନ୍ତ କୁମାର ସିଂହଁ ପ୍ରମୁଖ ଯୋଗ ଦେଇଥିଲେ 

ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମୂହ ବନ୍ଦେ ମାତରଂ ଏବଂ ଶେଷ ରେ ସମୂହ ରାଷ୍ଟ୍ର ଗାନ ଜଣ ଗଣ ମନ ଗାନ କରାଯାଇଥିଲା । ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ତରଫରୁ ଗୁରୁ ବନ୍ଦନ ଓ ଛାତ୍ର ଅଭିନନ୍ଦନ ବହୁତ୍ ସୁନ୍ଦର ଭାବରେ ପାଳିତ ହୋଇଯାଇଛି l