ନୟାଗଡ ଜିଲ୍ଲାର ଅଗ୍ରଗାମୀ ସ୍ବେଚ୍ଛାସେବୀ ଅନୁଷ୍ଠାନ  : “ସେବା ସ୍ଵଧାର ଗୃହ”  ଆଜାଦି କା ଅମୃତ ମହୋତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ନୟାଗଡ :- ନୟାଗଡ ଜିଲ୍ଲାର ଅଗ୍ରଗାମୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଠାରେ “ସେବା ସ୍ଵଧାର ଗୃହ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହା ଚଳିତ ମାସ 13 ତାରିଖ ଠାରୁ 15 ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଛି ।

ଉକ୍ତ କାର୍ଯ୍ୟକ୍ରମରେ ସେବା ର ସାଧାରଣ ସମ୍ପାଦକ ଶ୍ରୀ ଅମରେନ୍ଦ୍ର କୁମାର ଦାସ ପରିଜା, ସେବାର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି,ସେବା ସ୍ଵଧାର ଗୃହ ର ତତ୍ତ୍ୱାବଧାରିକା କୁମାରୀ ବନିତା ମଲ୍ଲିକ, ସ୍ଵଧାର ଗୃହର ପରାମର୍ଶଦାତ୍ରୀ ଶ୍ରୀମତି ସରିତା ଆଚାର୍ଯ୍ୟ ଙ୍କ ପ୍ରତକ୍ଷ ତତ୍ବାବଧନରେ ସମ୍ପାଦିତ ହୋଇଥିଲା ।

ସ୍ୱାଧୀନତା ର 75 ବର୍ଷ ଆନୁକୁଲ୍ୟରେ ସେବା ସ୍ଵଧାର ଗୃହ ତରଫରୁ ଅନ୍ତେବାସୀ ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ସେବା ର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସେବା ସ୍ୱାଧର ଗୃହ ତରଫରୁ ସମସ୍ତ ଅଂଶଗ୍ରହଣ କରୀ ଓ ବିଚାରପତି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।