୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,98 କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ ।

ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଏହି ଆଶ୍ରୟ ସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି. ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି । ତେଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି. ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି.