ଅନ୍ତର୍ଜାତୀୟ ଯୋଗ ଦିବସ

ଓଡ଼ିଶା ତାଜା ନ୍ୟୁଜ୍/୨୧ ଜୁନ ମଙ୍ଗଳବାର/ଭୁବନେଶ୍ୱର :- ବିଶ୍ଵବ୍ୟାପି ପାଳନ କରାଯାଉଛି ଯୋଗ ଦିବସ । କେବଳ ଗୋଟିଏ ଦିନ ନୁହେଁ, ଦୈନିକ ଯୋଗ କରିବା ଆବଶ୍ୟକ । ଏହା ଶରୀର ଓ ମନକୁ ଶାନ୍ତି ଦେବା ସହ ଆମକୁ ସୁସ୍ଥ ଏବଂ ନିରୋଗ ଜୀବନ ପ୍ରଦାନ କରିଥାଏ । ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ସମ୍ଭବ ହୋଇଥାଏ । ତେଣୁ ବିଶ୍ୱବ୍ୟାପି ଲୋକ ଏବେ ସୁସ୍ଥ ରହିବା ପାଇଁ ଯୋଗକୁ ପ୍ରାଥମିକତା ଦେଉଛନ୍ତି । ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଯୋଗ ମନ ଏବଂ ଶରୀରକୁ ସଂଯୋଗ କରିଥାଏ । ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର ।

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ୨୦୧୫ ମସିହାରୁ ଆରମ୍ଭ ହୋଇଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ମୋଦି ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଅଳ୍ପ କେତେକ ରାଷ୍ଟ୍ରକୁ ବାଦ ଦେଲେ ଏହାକୁ ପ୍ରାୟତଃ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ବର୍ତ୍ତମାନ ଶୁଦ୍ଧା ବିଶ୍ୱରେ ୧୩୨ଟି ଦେଶ ଯୋଗ ଦିବସ ପାଳନ କରି ଆସୁଛନ୍ତି ।