ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

ଆଉ ହେବ ନାହିଁ NACରେ ଦୁର୍ନୀତି : ଲାଞ୍ଚ ଦେଲେ ଧରିବ ଭିଜିଲାନ୍ସ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଉଥିବା ପ୍ରତି ହିତାଧିକାରୀଙ୍କ ପିଛା ୧୫ ହଜାର ରୁ ୨୦ ହଜାର ଟଙ୍କା ଏନେସୀ ଅଫିସରଙ୍କ ନା ରେ ଉଠାଉଥିଲେ ଲାଞ୍ଚ ବେଆଇନ ଭାବେ ଆଦାୟ ହେଉଥିଲା …

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ରଣପୁର :- ରଣପୁର ଏନଏସି ନିର୍ବାଚନ ପରେ ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ରଙ୍ଗୀନ୍ ମହାନ୍ତି ରଣପୁର କୁ ଦୁର୍ନୀତି ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଗତ ୫ ବର୍ଷ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ବେଆଇନ ଭାବେ ଲାଞ୍ଚ ଆଦାୟ ହେଉଥିଲା ଯାହାଫଳରେ ଚଳିତ ବର୍ଷ ନିର୍ବାଚନ ରେ ସରକାର ଦଳୀୟ ପ୍ରାର୍ଥୀଙ୍କୁ ଲୋକଙ୍କ ନିନ୍ଦା ର ସମ୍ମୁଖୀନ ହେବାକୁ ପଡିଥିଲା ।

ସୂଚନାନୁସାରେ କାଉନସିଲର ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଶୋଷଣ କରି ଲୋକଙ୍କ ମନରେ ଅସନ୍ତୋଷ ଓ ଘୃଣା ଭାବନା ସୃଷ୍ଟି କରିଥିଲେ, ଯାହାକୁ ଏବେ ସୁଧାରିବା ପାଇଁ କଳେ ବଳେ କୌଶଳେ ଲାଗି ପଡିଛନ୍ତି ଏନ୍.ଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି ।

ଲୋକଙ୍କ ମତନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଉଥିବା ପ୍ରତି ହିତାଧିକାରୀଙ୍କ ପିଛା ୧୫ ହଜାର ରୁ ୨୦ ହଜାର ଟଙ୍କା ଏନେସୀ ଅଫିସରଙ୍କ ନା ରେ ଉଠାଉଥିଲେ, ଲାଞ୍ଚ ବେଆଇନ ଭାବେ ଆଦାୟ ହେଉଥିଲା । ଏତଦବ୍ୟତୀତ ପାଇଖାନା ଓ ମୋ ଜାଗା , ରେସନକାର୍ଡ ଯୋଜନା ଇତ୍ୟାଦିରେ ଲୋକଙ୍କ ଠାରୁ ବହୁଳ ଟଙ୍କା ଲୁଟିବାର ଅଭିଯୋଗ ଆଣିଥିଲେ ଜନସାଧାରଣ ।

ତେବେ ଚଳିତ ନିର୍ବାଚନୀ ପ୍ରଚାର ସମୟରେ ରଙ୍ଗୀନ୍ ମହାନ୍ତି ଙ୍କ ସମ୍ମୁଖରେ ଜନସାଧାରଣ ଏଭଳି ଲାଞ୍ଚ ଅଭିଯୋଗ ଆଣିବା ପରେ ବର୍ତ୍ତମାନ ଅଧ୍ୟକ୍ଷା ପଦବୀ ପାଇ ଏନଏସି କୁ ଦୁର୍ନୀତିମୁକ୍ତ କରିବା ପାଇଁ ଜୋର୍ ସୋରରେ ଲାଗିପଡ଼ିଥିବା ଦେଖିବାକୁ ମିଳୁଛି । ଏବଂ ପ୍ରତି ୱାର୍ଡ ରେ ଜନ ଶୁଣାଣି କାର୍ଯ୍ୟକ୍ରମ କରି ଲୋକଙ୍କ ଅସୁବିଧା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ଦେଖିବାକୁ ମଧ୍ୟ ମିଳିଛି । କାଉନସିଲର ମାନଙ୍କ ଭୁଲ କୁ ସୁଧାରିବାକୁ ଯାଇ ଲୋକଙ୍କ ସୁବିଧା ଦିଗରେ କାର୍ଯ୍ୟ କରୁଥିବା ଏକ ପ୍ରକାର ସ୍ପଷ୍ଟ କରିଥିବା ଜଣାପଡ଼ିଛି ।