ମୁମ୍ବାଇରେ ହେଉ ଦ୍ୱିତୀୟ ଓଡ଼ିଶା ଭବନ : କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲା – ବମ୍ବେ ଓଡ଼ିଆ ମହାସଂଘ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର /ଭୁବନେଶ୍ୱର :- ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବାସ କରନ୍ତି । କେହି ନିଜ ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି । ମୁମ୍ବାଇରେ ଗୋଟିଏ ଥିବାବେଳେ ଅନ୍ୟ ଏକ ଓଡ଼ିଶା ଭବନ ଆବଶ୍ୟକ ହେଉଛି । ଏଥି ପାଇଁ ସମସ୍ୟା ଲାଗି ରହିଥିବାରୁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ ଆଉ ଏକ ଓଡ଼ିଶା ଭବନ ଗଠନ କରିବାକୁ ଦାବି କରାଯାଇଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼ ବିପିନ ବିହାରୀ ମିଶ୍ର, ଉପ ସଭାପତି ବିଜୟ ପାଣିଗ୍ରାହୀ, ସମ୍ପାଦକ ସୂର୍ଯ୍ୟକାନ୍ଥ ମିଶ୍ର, କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପାଳ ଚନ୍ଦ୍ର ତ୍ରିପାଠୀ ଓ ଅନ୍ୟ ପ୍ରବାସୀ ଓଡ଼ିଆମାନେ ଦାବି ଜଣାଇଛନ୍ତି ।