ଚାନ୍ଦପୁରରେ ଲୁଟେରାଙ୍କ ଠାରୁ ନୂଆ ସିଲେଇ ମେସିନ୍ ଜବତ ଓ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଚାନ୍ଦପୁର :- ଚାନ୍ଦପୁର ଅଞ୍ଚଳରୁ ଏସ. କେ ସାମିମ୍ ଦୋକାନରୁ ନୂଆ ସିଲେଇ ମେସିନ୍ ବ୍ୟତୀତ ଟିଭିଏସ  ମୋଟର ସାଇକେଲ କିଛି ଲୁଟେରା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଗତ କାଲି ଉକ୍ତ ମେସିନ୍ ଓ ମୋଟର ସାଇକେଲକୁ ବୋଲଗଡ଼ ସ୍ଥିତ ମାଣିକଗୁଡ଼ା ନାମକ ସ୍ଥାନରେ ବିକ୍ରି କରିଥିବା ସୂଚନା ପାଇଁ ଚାନ୍ଦପୁର ଥାନା ପୋଲିସ ଉକ୍ତ ଦୋକାନ ରେ ଚଢ଼ାଉ କରିଥିଲେ । ଏବଂ ଲୁଟ୍ ହୋଇଥିବା ବାଇକ୍ ଓ ମେସିନ୍ ଗୁଡ଼ିକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି ।

ଚାନ୍ଦପୁର ଥାନାରେ 57/2022 ରେ ଏକ ମାମଲା ରୁଜ୍ଜୁ କରି ଚାନ୍ଦପୁର ର ରବିନ୍ଦ୍ର ସାହୁ, ବୋଲଗଡ ର ଧାରିମ ଖାନ ଏବଂ ଟାଙ୍ଗି ର ଅଜୁ ମହାପାତ୍ର ନାମକ ତିନି ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ପୋଲିସ ସମସ୍ତ ସାମଗ୍ରୀ ଉଦ୍ଧାର କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପରେ ଥାନା ପୋଲିସ ଜବତ ସିଲେଇ ମେସିନ୍ ଏବଂ ଟିଭିଏସ୍ ଏକ୍ସଏଲ୍ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି ।