ବ୍ରଜରାଜନଗର ଆସନ ପାଇଁ : ବିଜେପିରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀ ହେଲେ

ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ବ୍ରଜରାଜନଗର :-ବ୍ରଜରାଜନଗର ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା , ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହାର ମାରିଛି । ବ୍ରଜରାଜନଗର ବିଜେପି ରାଧାରାଣୀ ପଣ୍ଡାଙ୍କ ନାଁ ଘୋଷଣା କରିଛି।

ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ରାଧାରାଣୀ ପଣ୍ଡା ବିଜେପି ରାଷ୍ଟ୍ରୀୟ ଓ ରାଜ୍ୟ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ରାଧାରାଣୀ ପଣ୍ଡା ପୂର୍ବରୁ ବିଧାୟିକା ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି । ବିଜେପି ବିଧାୟିକା ଭାବେ ବିଧାନସଭାରେ ଉତ୍ତମ ପ୍ରଦର୍ଶନ କରିବା ସହ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି ।

ରାଧାରାଣୀ ପଣ୍ଡା ୨୦୧୪ ମସିହା ବ୍ରଜରାଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୯ ମସିହା ବିଧାନସଭା ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାସ୍ତ ହୋଇଥିଲେ । ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଅନେକ ଆଶାୟୀ ରେସରେ ରହିଥିଲେ । କିନ୍ତୁ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ଯୋଗୁଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।