ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ : ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ଘୋଷଣା କରିଛି କଂଗ୍ରେସ –

ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ବ୍ରଜରାଜନଗର :- କଂଗ୍ରେସ ପକ୍ଷରୁ ଏହି ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ଏହି ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ସୋମବାର ଘୋଷଣା କରିଛି କଂଗ୍ରେସ । ବିଜେପି ଏବଂ ବିଜେଡି ପରେ କଂଗ୍ରେସ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି । ଏହି ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ସୋମବାର ଘୋଷଣା କରିଛି କଂଗ୍ରେସ । କିଶୋର ପଟେଲଙ୍କର ରାଜନୀତିରେ ଭଲ ଅଭିକ୍ଷତା ସହ ଦକ୍ଷତା ରହିଛି । ତେଣୁ ଦଳ ତାଙ୍କ ଉପରେ ଯଥେଷ୍ଟ ଆଶା ରଖିଛି ।

କିଶୋର ପଟେଲଙ୍କ ଭଳି ଜଣେ ପୁରୁଖା ଓ ଅନୁଭବୀ ନେତା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଉଭୟ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ଥିବା କୁହାଯାଉଛି। ପୁଣି ଥରେ କଂଗ୍ରେସ ନିଜ ପୁରୁଣା ଗଡ଼ରେ ସ୍ଥିତି ମଜବୁତ କରିବ ବୋଲି ଆଶା ରଖିଛି ଦଳ । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହେବା ପରେ ବିଭିନ୍ନ ଦଳ ପ୍ରାର୍ଥୀ ବାଛିବାକୁ ଲାଗିପଡ଼ିଥିଲେ ।

କଂଗ୍ରେସ ପକ୍ଷରୁ ଏହି ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏହି ରେସ୍‌ରେ ସବୁଠାରୁ ଆଗରେ ରହିଥିଲେ କିଶୋର ପଟେଲ । ଦଳ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବାକୁ ଚୂଡ଼ାନ୍ତ କରିଥିବା ଦୁଇ ଦିନ ପୂର୍ବରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସଙ୍କେତ ଦେଇଥିଲେ । ଆଜି ବିଧିବଦ୍ଧ ଭାବେ ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି ।