ଅଜଣା ଲୋକଙ୍କୁ ଲିପ୍ଟ ଦେବା ପଡ଼ିଲା ମହଙ୍ଗା : ଲୁଟି ନେଲେ ବାଇକ୍ ଓ ଟଙ୍କା

ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ରଣପୁର :- ଅଜଣା ଲୋକଙ୍କୁ ଲିପ୍ଟ ଦେଇ ଲୁଟ୍ ର ଶିକାର ହୋଇଥିଲେ ଯୁବକ । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଥାନା ଅନ୍ତର୍ଗତ କଟଗଣ୍ଡା ସାହିର ବିବେକାନନ୍ଦ ମଲ୍ଲିକ ଙ୍କ ପୁଅ ସଂବିତ୍ ମଲ୍ଲିକ ଅଜଣା ବ୍ୟକ୍ତି ଙ୍କୁ ଲିପ୍ଟ ଦେଇ ଲୁଟ୍ ପାଟ୍ ର ଶିକାର ହୋଇଥିଲେ । ତେବେ ସମ୍ବିତ ମଲ୍ଲିକ କୌଣସି କାମରେ ନିଜ ଗ୍ରାମକୁ ଯାଇ ଭୁନେଶ୍ବର ଫେରିଲା ବେଳେ ଓଡଗାଁ ରୁ ଜଣେ ଅଜଣା ବ୍ୟକ୍ତି ସମ୍ବିତ ଙ୍କୁ ଲିପ୍ଟ୍ ମାଗି ସମ୍ବିତ ସାଙ୍ଗରେ ଫେରିଥିଲେ ।

ଗୋଡ଼ିମଡ଼ା ସ୍ଥିତ କାଜୁ ଜଙ୍ଗଲ ନିକଟରେ ଉକ୍ତ ବ୍ୟକ୍ତି ଜଣଙ୍କ ସମ୍ବିତ ଙ୍କ ମୁଁହ ରେ ନିଶା ଦ୍ରବ୍ୟ ସ୍ପ୍ରେ କରିବା ପରେ ସମ୍ବିତ ଙ୍କୁ ଉକ୍ତ କାଜୁ ଜଙ୍ଗଲରେ ଫୋପାଡି ସମ୍ବିତ ଙ୍କ ବାଇକ୍ , ମୋବାଇଲ୍ ଫୋନ୍ ଏବଂ ପର୍ସ ରୁ ୩୦୦୦ ଟଙ୍କା ଲୁଟି ନେଇଥିଲେ । ଉକ୍ତ ସ୍ଥାନରେ କିଛି ଲୋକ ପହଞ୍ଚି ସମ୍ବିତ୍ ଙ୍କୁ ଉଦ୍ଧାର କରିଥିଲେ । ସମ୍ବିତ ଙ୍କ ବୟାନ ଅନୁସାରେ ଲିପ୍ଟ୍ ମାଗିଥିବା ବ୍ୟକ୍ତି ଅନ୍ୟ ଦୁଇ ଜଣଙ୍କ ସହ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର ଫାଣ୍ଡି ରେ ଏହି ଅଭିଯୋଗ ହୋଇଥିଲା ।

ତେବେ ଅଭିଯୋଗ ପରେ ରଣପୁର ଥାନା ପୋଲିସ୍ ଉକ୍ତ କେସ ର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ତିନି ଜଣ ଙ୍କ ନାମରେ ୧୧୩/୨୨ରେ ମାମଲା ରୁଜ୍ଜୁ କରି ସଂପୃକ୍ତ ଦୁଇ ଜଣଙ୍କୁ ଧରିବାରେ ରଣପୁର ପୋଲିସ୍ ସଫଳ ହୋଇଥିବା ଜଣାପଡ଼ିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଭାଗବତୀ ପ୍ରସାଦ ଗ୍ରାମ ର ସୁଶାନ୍ତ ରାଉତ ଓ ରୋହିବାଙ୍କ ଗ୍ରାମ ର ଲକ୍ଷ୍ମୀ ନାରାୟଣ ଅଲତିଆ । ସେମାନଙ୍କ ଠାରୁ ଗ୍ଲାମର ବାଇକ୍ ଓ କିଛି ନଗଦ ଟଙ୍କା ଜବତ ହୋଇଥିବା ଜଣାଯାଉଛି । ଆଜି ସଂପୃକ୍ତ ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।