ବୈପାରିଗୁଡା ଠାରେ କୃଷି ଭିତ୍ତିିକ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ବୈପାରିଗୁଡା :- କୃଷିକ ମାନଙ୍କୁ ଅଭିପ୍ରେରିତ କରିବା ଲାଗି ବୈପାରିଗୁଡା କୃଷି ବିଭାଗ ତରଫରୁ କୃଷିକ ହିତ ଓ କୃଷିଭିତିକ ପ୍ରସାର ପ୍ରଚାର କରିବା ନେଇ ଏକ ସଚେତନତା ରଥ ବୈପାରିଗୁଡା ବ୍ଲକର ୨୦ ଗୋଟି ପଂଚାୟତ ପରିକ୍ରମା କରିବା ନିମେନ୍ତ ବ୍ଳକ କାର୍ଯ୍ୟାଳୟ ପରିସର ଠାରେ ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥି , ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା , ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ , ଆତ୍ମ ସଭାପତି ମନୋଜ କୁମାର ମହାପାତ୍ର , ବୈପାରିଗୁଡା ସରପଂଚ ସୂର୍ଯ୍ୟମଣି ନାୟକ , ନାଏବ ସରପଂଚ ସୁଶାନ୍ତ ସାହୁ , କୃଷି ଅଧିକାରୀ ନନ୍ଦୁ ଜାନୀ ଙ୍କ ସହିତ କୃଷି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନଡିଆ ଭାଙ୍ଗି ପୂଜାର୍ଚ୍ଚନା କରିବା ପରେ ପତକା ଦେଖାଇ କୃଷି ରଥକୁ ଉଦଘାଟନ କରିଥିବାର ଦେଖାଯାଇଛି ।

ଅତିଥି ମାନେ କହିଥିଲେ ଯେ ପାରମ୍ପରିକ ରୀତିରେ କିପରି ଚାଷ କରାଯାଉଥିଲା ଏବଂ ବର୍ତମାନ ବୈଜ୍ଞାନିକ ପ୍ରଦ୍ଧତିରେ ଚାଷ କରାଯାଉଛି ସେ ବିଷୟରେ କହିବା ସହ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ପ୍ରୋତ୍ସାହନକୁ ଗ୍ରହଣ କରି ଚାଷୀ ଲାଭବାନ ହେବାକୁ ଯାଉଛି ଏହାର ପଛରେ ସବୁ ବେଳେ କୃଷି ବିଭାଗର ଅଧିକାରୀ ମାନଙ୍କ ହାତ ଥିବାରୁ ସେମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଏହି ଅବସରରେ କୃଷି ରଥର ଶୁଭାରମ୍ଭ କରାଯାଇଥିବା ବେଳେ କୃଷି ଭିତିକ ସଚେତନତା କୁ ନେଇ ଏକ ସଂସ୍କୁତିକ ଦଳ ଦ୍ୱାରା ନାଚ ଗୀତ ପରିବେଷଣ ମଧ୍ୟ କରାଯାଇଛି । ତେବେ ପ୍ରତ୍ୟେକ ପଂଚାୟତ ଓ ଗାଁ ଗହଳି ବୁଲି ଏହି ରଥ ଚାଷୀ ମାନଙ୍କୁ ସଚେତନ କରିବା ସହିତ ସରକାରୀ ଯୋଜନା ଗୁଡିକ କେମିତି ଗାଁ ଗହଳିର ଚାଷୀ ମାନଙ୍କ ପାଖରେ ପହଂଚି ପାରିବ ସେଏ ନେଇ ଏହି କୃଷିଭିତିକ ସଚେତନତା ରଥ ପରିକ୍ରମା କରିବାର ଉଦେଶ୍ୟ ବୋଲି କହିଛନ୍ତି ବୈପାରିଗୁଡା କୃଷି ବିଭାଗର ଅଧିକାରୀ ନନ୍ଦୁ ଜାନୀ ।

ଏହି ରଥରେ ଇ-ରୋଗ , ପୋକ ସର୍ବେଷଣ ଓ ପରିଚାଳନା , ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା , ମୃତିକା ନମୁନା ପରୀକ୍ଷା ଓ ସ୍ୱାସ୍ଥ୍ୟ କାର୍ଡ ନିୟମିତ ବ୍ୟବଧାନରେ ମାଟି ପରୀକ୍ଷା କରେଇ ନିଅନ୍ତୁ ରିପୋର୍ଟ ଆଧାରେ ସନ୍ତୁଳିତ ସାର ପ୍ରୟୋଗ କରିବା , ରାଜ୍ୟ ଯୋଜନାରେ ଶତ ପ୍ରତିଶତ ବିହନ ବିଶୋଧନ ଅଭିଯାନ , ବଳରାମ ଯୋଜନା , ଡାଲି ଫସଲରେ ଡିଏପି ସାରର ସିଂଚନ , ରାଜ୍ୟ ଯୋଜନାରେ ଧାଡିରୁଆ ଧାନଚାଷ , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , କୃଷକଙ୍କ ଆୟ ଦ୍ୱିଗୁଣିତ ଯୋଜନା କୃଷି ଉଦ୍ୟୋଗ ଯୋଜନା ସହିତ ବିଭିନ୍ନ ଯୋଜନାରେ କିପରି ଚାଷ କଲେ ଚାଷୀ ଲାଭବାନ ହେବ ସେହି ବିଷୟକୁ ନେଇ ଏହି ସଚେତନତା ରଥ ବୈପାରିଗୁଡା ବ୍ଲକର ବିଭିନ୍ନ ଗାଁ ଗହଳିରେ ପରିକ୍ରମା କରିବାର ଯୋଜନା ରହିଛି ।