ଜାମେଲାବେଡା ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର ଜାମେଲାବେଡା ଗ୍ରାମର ଶତାଧିକ ବାସୀଙ୍କ ତରଫରୁ ଗୋଚର ଜମି ଓ ଜଙ୍ଗଲ ଜମିକୁ ଗ୍ରାମର ଜଣେ ବ୍ୟକ୍ତି ନିଜ ଦଖଲରେ ରଖିଥିବା ନେଇ ଅଭିଯୋଗ କରିବା ସହ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କୁ ଦେଖା କରିି ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଜାମେଲାବେଡା ଗ୍ରାମ ପାଖରେ ଥିବା ଗୋଚର ,ବଂ ଜଙ୍ଗଲ ଜମି ରହିଥିବା ବେଳେ ଗ୍ରାମର ଗାଇଗୋରୁ ମାନେ ସେଠାରେ ବିଶ୍ରାମ ନେବା ସହ ସେଠାରେ ବୁଲାବୁଲି କରିଥାନ୍ତି ଓ ଜଙ୍ଗଲ ରହିଥିବା ହେତୁ ଗ୍ରାମର ଲୋକେ ମାନେ ନାନା ପ୍ରକାର ଫଳ ସେଠାରୁ କାଢି ବ୍ୟବସାୟ କରି ପରିବାର ପୋଷଣ ମଧ୍ୟ କରନ୍ତି ବୋଲି କହିଛନ୍ତି ।

ତେବେ ଉକ୍ତ ଜମି କୁ ଭାଲୁଗୁଡା ଗ୍ରାମର ସନିଆ ଚାଲାଣ ଓ ଶୁକୁ ଚାଲାଣ ନ୍ଖକ୍ସ ଅଧିନକୁ ନେଇକୁ ଜଙ୍ଗଲର ଗଛ ଗୁଡିକକୁ କାଟି ଦେଉଥିବା ବେଳେ ଗ୍ରାମବାସୀ ମାନେ ବିରୋଧ କରିବାରୁ ସେମାନେ ଗ୍ରାମବାସୀଙ୍କ କଥା ନ ଶୁଣି ମନଇର୍ଚ୍ଛା କାର୍ଯ୍ୟ କରୁଥିବାରୁ ଶେଷରେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତିପାଠୀଙ୍କୁ ଭୋଟି ସମସ୍ତ ବିଷୟ କହିଛନ୍ତି । ତେବେ ଜଙ୍ଗଲ ସଫା କରି ଏହି ଦୁଇ ଜଣ ସେଠାରେ ଚାଷ ଜମି କରିବା ନେଇ ପ୍ରସ୍ତୁତ ହେଉଥିବା ବେଳେ ଯଦି ଗ୍ରାମବାସୀ ଏହାକୁ ବିରୋଧ କରିବେ ତେବେ ତମ ମାନଙ୍କୁ ଜୀବନରେ ମାରି ଦେବୁ ବୋଲି ସେମାନେ ଧମକ ଦେଇଥିବା ଦାବିପତ୍ରରେ ଗ୍ରାମବାସୀ ମାନେ ଉଲ୍ଲେଖ କରିଛନ୍ତି । ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତିପାଠୀ ସମସ୍ତ ବିଷୟ ଶୁଣିବା ପରେ ରାମଗିରି ଆରଆଇ ଙ୍କୁ ତଦନ୍ତ କରିବା ପାଇଁ କହିବା ସହ ରାମଗିରି ଫାଣ୍ଡି ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିବାର ଜଣାପଡିଛି ।