ଆଧୁନିକ ଜଟଣୀର ନିର୍ମାତାଙ୍କ ୧୦୯ ତମ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ଖୋର୍ଦ୍ଧା,ଜଟଣୀ :- ଆଧୁନିକ ଜଟଣୀର ନିର୍ମାତା ତଥା ଜଟଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଦ୍ଵିତୀୟ ଅଧ୍ୟକ୍ଷ ୰ବନମାଳୀ ଶତପଥୀଙ୍କ ୧୦୯ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ବନମାଳୀ ଶତପଥୀ ସ୍ମୃତି କମିଟି ଆନୁକୂଲ୍ୟରେ ମଙ୍ଗଳବାର ଦିନ ସକାଳେ ଜଟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ୰ଶତପଥୀଙ୍କ ଏକ ପ୍ରତି ମୂର୍ତ୍ତି ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ଜଟଣୀ ପୌର ଅଧ୍ୟକ୍ଷ ଅନନ୍ତ ବେହେରା,ଉପାଧ୍ୟକ୍ଷା ଆରତୀ ରାଉତ,ବରିଷ୍ଠ ଆଇନଜୀବୀ ଶୈଳେନ୍ଦ୍ର ପଟନାୟକ,ବୀରେନ୍ଦ୍ର ପଟନାୟକ, ଜୟ ପ୍ରକାଶ ଶର୍ମା, ତଥା ୰ଶତପଥୀଙ୍କ ପରିବାରର ସମସ୍ତଙ୍କ ଉପସ୍ଥିତିରେ ପ୍ରତୀମୂର୍ତ୍ତି ଅନାଵରଣ କରାଯାଇଥିଲା 

ସେହିପରି ସନ୍ଧ୍ୟାରେ ଆୟୋଜିତ ଏକ ସ୍ମୃତି ଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟନାୟକ, ସୀତାକାନ୍ତ ଶତପଥୀ, ରାଜକିଶୋର ସ୍ୱାଇଁ,ପ୍ରଶାନ୍ତ କୁମାର ମିଶ୍ର, ପ୍ରବୀର କୁମାର ମହାନ୍ତି, ଆଶୁତୋଷ ରାୟ, ଜଟଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଜୀବ କର, ଅଧ୍ୟାପକ ପାର୍ଥ ରଥ, ରଜନୀ ନାୟକ, ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ସମାଜସେବୀ ପ୍ରସନ୍ନ ସାହୁ ପ୍ରମୁଖ  ଶତାଧିକ ଲୋକ ଯୋଗଦେଇ ୰ଶତପଥୀଙ୍କ ଅଭୁଲା ସ୍ମୃତି ଚାରଣ କରି କହିଥିଲେ ଯେ’ବନମାଳୀ ଶତପଥୀ ୧୯୭୯ ରୁ ୧୯୮୪ ପର୍ଯ୍ୟନ୍ତ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ଜଟଣୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ସେତେବେଳେ ତା’ଙ୍କ ପ୍ରଚେଷ୍ଟାରେ ଜଟଣୀକୁ ଜଳ ଯୋଗାଣ, ନୂଆ ବସଷ୍ଟାଣ୍ଡ ଓ ବନମାଳୀ କଲୋନୀ ଇତ୍ୟାଦି ପ୍ରତିଷ୍ଠା ଚିର ସ୍ମରଣୀୟ । ସୂଚନାଯୋଗ୍ୟ ବହୁ ବିଳମ୍ବରେ ହେଲେ ମଧ୍ୟ ସ୍ମୃତି କମିଟିର ସଭାପତି ରାଜେନ୍ଦ୍ର ପଟ୍ଟନାୟକ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ,ସଭ୍ୟାଙ୍କ ଉଦ୍ୟମରେ ହୋଇଥିବା ଏହି ପ୍ରତିମୂର୍ତ୍ତି ଓ   ସ୍ମୃତି ଚାରଣ କାର୍ଯ୍ୟକ୍ରମକୁ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି । ଅକ୍ଷୟ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ବିଜୟ ପଣ୍ଡା ବିବରଣୀ ପାଠ କରିଥିବା ବେଳେ ସୁଶାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।