ଗଜପତି ଜିଲ୍ଲା ରାମଗିରି ବନ ବିଭାଗ ଦ୍ବାରା ମହେନ୍ଦ୍ରଗଡ ପଞ୍ଚାୟତର ଖମାରୀ ସାହି ଗ୍ରାମରୁ ବାଘଛାଲ ଜବତ ଜଣେ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ତରଫରୁ ବାଘଛାଲ ଜବତ କରାଯାଇଥିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଅଟକ ରଖାଯାଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ଆର୍‌.ଉଦୟଗିରି ଥାନା ମହେନ୍ଦ୍ରଗଡ ପଞ୍ଚାୟତ ଅନ୍ତର୍ଗତ ଖମାରୀସାହି ଗ୍ରାମର ପବିତ୍ର ଲିମା (୫୭)ଙ୍କ ବାସଭବନରେ ରାମଗିରି ରେଞ୍ଜ ଅଫିସର କର୍ମଚାରୀ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଚଢାଉ କରିଥିଲେ ।

ଏହି ସମୟରେ ପବିତ୍ର ଲିମାଙ୍କ ଠାରୁ କଲରାପତରିଆ ବାଘ ଛାଲ ଉଦ୍ଧାର କରି ଜବତ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବାକୁ ନେଇ ଶ୍ରୀ ଲିମାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କା କାର୍ଯ୍ୟାଳୟରେ ଅଟକ ରଖି ଅଧିକା ପଚରା ଉଚରା କରାଯାଉଥିବା ଏବଂ ଘଟଣାକୁ ନେଇ ତଦନ୍ତ ଜାରୀ ରହିଥିବାର ଏସିଏଫ ଶ୍ରୀ ରଥ ସୂଚନା ପ୍ରଦାନ କରିଛନ୍ତି ।