ରାଜ୍ୟରେ ଖସିଲା କରୋନା ଗ୍ରାଫ୍ : ୨୪ ଘଣ୍ଟା ମଧ୍ୟରେ ଆଉ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ଭୁବନେଶ୍ୱର :- ରାଜ୍ୟ କରୋନା ସଂକ୍ରମଣ ଯେତିକି ଯେତିକି ତଳକୁ ଖସୁଛି ମୃତ୍ୟୁ ସଂଖ୍ୟା ସେତିକି ବଢୁଛି। ସଂକ୍ରମଣ ଗ୍ରାଫ୍‌ ତଳମୁହାଁ ହେଉଥିବା ବେଳେ ବର୍ଦ୍ଧିତ ମୃତ୍ୟୁ ହାର ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟାରେ ଆଉ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮ବର୍ଷରୁ କମ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ରହିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୮୩୦୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫୧ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ, ଝାରସୁୁଗୁଡ଼ାରୁ ୭୫ ଜଣ, ଅନୁଗୁଳରୁ ୭୧ ଜଣ, କଟକରୁ ୬୯ ଜଣ,କୋରାପୁଟରୁ ୬୬ ଜଣ, ଯାଜପୁରରୁ ୬୪ ଜଣ, ଦେବଗଡ଼ରୁ ୬୨ ଜଣ, ସମ୍ବଲପୁରରୁ ୫୯ ଜଣ, ନୟାଗଡ଼ରୁ ୫୬ ଜଣ, ରାୟଗଡ଼ାରୁ ୫୨ ଜଣ,ବାଲେଶ୍ବରରୁ ୫୦ ଜଣ, ଗଜପତିରୁ ୪୫ ଜଣ, କେନ୍ଦୁଝରରୁ ୪୨ ଜଣ, କଳାହାଣ୍ଡିରୁ ୩୮ଜଣ, ପୁରୀ ୩୭ ଜଣ, ମୟୂରଭଞ୍ଜରୁ ୩୫ ଜଣ,ନବରଙ୍ଗପୁରରୁ ୩୪ ଜଣ, ବୌଦ୍ଧରୁ ୩୨ ଜଣ, କନ୍ଧମାଳରୁ ୩୧ ଜଣ,ଢ଼େଙ୍କାନାଳରୁ ୨୭ ଜଣ,ଜଗତସିଂହପୁରରୁ ୨୪ ଜଣ,ନୂଆପଡ଼ାରୁ ୨୩ ଜଣ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୨୨ ଜଣ ଲେଖାଁଏ,କେନ୍ଦ୍ରାପଡ଼ାରୁ ୧୬ ଜଣ, ଗଞ୍ଜାମରୁ ୮ ଜଣ, ମାଲାକନଗିରିରୁ ୭ ଜଣ, ସୋନପୁରରୁ ୬ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୬୮୩୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୩୭୯୭୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୦୪୩୬୧୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।