ରାଜ୍ୟରେ ୯୦ହଜାର ମୁହାଁ ସକ୍ରିୟ ରୋଗୀ ସଂଖ୍ୟା : ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୯୮୩୩ ଜଣ କରୋନା ପଜିଟିଭ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟର ଦ୍ରୁତ ସଂକ୍ରମଣରେ ବ୍ରେକ୍ ଲାଗୁନି । ପ୍ରତିଦିନ ୧୦ହଜାରରୁ ଅଧିକ ନୂଆ ଆକ୍ରାନ୍ତ ବାହାରୁଥିବା​‌ ବେଳେ ସାମାନ୍ୟ ହ୍ରାସ ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ଏବେ ୯୦ ହଜାର ପାଖରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୮୩୩ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏଥିରେ ୧୮ ବର୍ଷରୁ କମ୍ ୯୭୨ ଜଣ ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ ଜଣ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ, ସୁନ୍ଦରଗଡ଼ରୁ ୧୧୩୪ ଜଣ, କଟକରୁ ୭୭୪ ଜଣ,ମୟୂରଭଞ୍ଜରୁ ୨୯୫ ଜଣ, ନୟାଗଡ଼ରୁ ୨୯୨ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବାଲେଶ୍ବରରୁ ୨୮୬ ଜଣ,ରାୟଗଡ଼ାରୁ ୨୭୪ ଜଣ, ଯାଜପୁରରୁ ୨୫୬ ଜଣ, ସମ୍ବଲପୁରରୁ ୨୦୬ ଜଣ,କୋରାପୁଟରୁ ୧୭୪ ଜଣ, ନୂଆପଡ଼ାରୁ ୧୭୩ ଜଣ, ବରଗଡ଼ରୁ ୧୭୨ ଜଣ,କଳାହାଣ୍ଡିରୁ ୧୭୧ ଜଣ, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୧୬୮ ଜଣ ଲେଖାଁଏ,ନବରଙ୍ଗପୁରରୁ ୧୫୬ ଜଣ, ଜଗତସିଂହପୁରରୁ ୧୫୨ ଜଣ,

ପୁରୀରୁ ୧୪୬ ଜଣ, ଅନୁଗୁଳରୁ ୧୪୪ ଜଣ, ଭଦ୍ରକରୁ ୧୨୯ ଜଣ, ବୌଦ୍ଧାରୁ ୧୨୦ ଜଣ, ସୋନପୁରରୁ ୧୧୭ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ଢ଼େଙ୍କାନାଳରୁ ୯୫ ଜଣ,କନ୍ଧମାଳରୁ ୯୧ ଜଣ, ​‌ଗଜପତିରୁ ୮୮ ଜଣ, ଗଞ୍ଜାମରୁ ୬୯ ଜଣ, ମାଲକାନଗିରିରୁ ୫୬ ଜଣ, ଦେବଗଡ଼ରୁ ୪୭ ଜଣ ଏବଂ ଷ୍ଟେଟ୍ ପୁଲ୍‌୍ରୁ ୫୭୭ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୮୭୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୯୭୦୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୮୯୦୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୯୯୦୭୪୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।